Masthead

ଦୁଇ କଲେଜ ଛାତ୍ରଙ୍କ ନିଆରା ପ୍ରୟାସ

ଢେଙ୍କାନାଳ (ବଡ ଖବର ବ୍ୟୁରୋ): ବୁଦ୍ଧି ଆଗରେ ହାର ମାନିଛି ବୟସ । ଛୋଟ ବୟସରେ ଏମିତି କିଛି କରି ଦେଖାଇଛନ୍ତି ଯାହା ନିହାତି ସ୍ୱାଗତଯୋଗ୍ୟ । ନିଜର ବୁଦ୍ଧି ବଳରେ ଜମିରେ ସୁନାର ଫସଲ ଖେଳାଇ ଦେଖେଇଛନ୍ତି ଯୁକ୍ତ ୨ର ଛାତ୍ର । ସ୍ୱଳ୍ପ ଖର୍ଚ୍ଚରେ ବିଲରେ ପାଣି ମଡେଇବା ପାଇଁ ଜଳ ସେଚନର ବ୍ୟବସ୍ଥା କରି ଦେଖାଇଛନ୍ତି ଜଗନ୍ନାଥ ଓ ବବୁଲୁ । ଲୁହାରଡ, ବାଉଁଶ, ବେରିଂ, ଅଦରକାରି ପ୍ଲାଷ୍ଟିକ ବୋତଲ ଏବଂ ସୁତୁଲିରେ ତିଆରି ହୋଇଛି ଏହି ଜଳଚକ୍ର । ଗାଁ ପାଖ ଦେଇ ଜାଇଥିବା ନାଳର ସ୍ରୋତରେ ଖଞ୍ଜାହୋଇଛି ଏହି ଜଳଚକ୍ର । ଫଳରେ ଏକର ଏକର ଚାଷ ଜମିରେ ଫଳୁଛି ସୁନାର ଫସଲ ।

କାମାକ୍ଷାନଗର ବାଇସିଙ୍ଗା ଗାଁର ଯୁକ୍ତ ୨ରେ ପଢୁଥିବା ଛାତ୍ର  ଜଗନ୍ନାଥ ଦାସ ଏବଂ ବବୁଲୁ ସାହୁ ଏହି ନିଆରା ପ୍ରୟାସ କରି ଦେଖାଇଛନ୍ତି । ମାତ୍ର ୩ଦିନ ମଧ୍ୟରେ ଦୁହେଁ ଏହି ଜଳସେଚନ ପ୍ରକଳ୍ପକୁ ପ୍ରସ୍ତୁତ କରିଥିଲେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହି ଜଳଚକ୍ର ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୭୦୦ ଟଙ୍କା । ଏହି ବାଇସିଙ୍ଗା ଗାଁ ହେଉଛି ଏକ କୃଷି ପ୍ରାଧାନ୍ୟ ଗାଁ । ହେଲେ ଅନେକ ସମୟରେ ଏଠାରେ ପାଣି ସମସ୍ୟା ଦେଖାଦେଇ ଥାଏ । ମୋଟର ସହାୟତାରେ ପାଣି ମଡାଇବାରେ ଚାଷିଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।

ଅନେକ ଚାଷୀ ମଧ୍ୟ ପାଣି ମଡାଇବାକୁ ସକ୍ଷମ ହୋଇପାରୁ ନଥିଲେ । ଏହି ସମୟରେ କମ ଖର୍ଚ୍ଚରେ ଏହି ଉନ୍ନତ ମାନର ଜଳଚକ୍ରକୁ ନେଇ ବେଶ ଖୁସି ଅଛନ୍ତି ଚାଷୀ । ଏହି ଦୁଇ ଛାତ୍ରଙ୍କ ନିଆରା ପ୍ରୟାସ ପାଇଁ ଏକର ଏକର ଚାଷ ଜମିରେ ସୁନାର ଫସଲ ଖେଳୁଛି । ଦୁହିଙ୍କର ଏହି ପ୍ରୟାସକୁ ଗ୍ରାମବସୀ ମାନେ ପ୍ରଂଶସା କରିଛନ୍ତି ଏବଂ ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ଲୋଡିଛନ୍ତି । ଯାହାଫଳରେ ଅଧିକ ସଂଖ୍ୟକ ଜଳଚକ୍ର ପ୍ରସ୍ତୁତ କରି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇପାରିବ । ଦେଖିବାକୁ ଗଲେ କୃଷି ଏବଂ କୃଷକଙ୍କ ପାଇଁ ବେଶ ସହାୟ ହୋଇ ପାରିଛି ଏହି ଜଳଚକ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ