Masthead

ଡିଜିଟାଲ ବିଧାନସଭା ଫର୍ମୁଲା କେତେ ସଫଳ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜିଟାଲ ମୋଡକୁ ଗଲେ କି ଆମ ବିଧାୟକ? କେତେ ଏଥିରେ ହେଲେ ପାରଙ୍ଗମ? ପେପରଲେସ୍ ହୋଇପାରିଲା ଓଡ଼ିଶା ବିଧାନସଭା! ନା ନାଁକୁ ଖାଲି ଲାଗିଲା ଟ୍ୟାବ! ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା! ଫଳ ଶୂନ! ପେପର ବିନା ଏମଏଲଏଙ୍କ ସବୁ କିଛି ଅନ୍ଧାରା ଗୃହ କାର୍ଯ୍ୟରେ ଭାଗ ନେବାରେ ହେଉଥିଲା କଷ୍ଟ! ଶେଷ ହୋଇଛି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଛନ୍ତି ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍ ।

ଏହି ସମୟରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବରେ ଗୃହ ହୋଇଛି ସରଗରମ । ହେଲେ ପେପର ବିନା ହୋଇପାରିନି କିଛି କାର୍ଯ୍ୟ । ହାତଗଣତି କିଛି ସଦସ୍ୟ ଓ ମନ୍ତ୍ରୀ ଟ୍ୟାବ୍ ବ୍ୟବହାର କରିବାର ରହିଛି ନଜିର । ଟ୍ରେନିଂ ନେଇଥିଲେ ବି ନିଜର ଅନଲାଇନ ଦକ୍ଷ ପ୍ରର୍ଦଶନରେ ଉପୁଜିଛି ସମସ୍ୟା । ଖୋଦ ମୁଖ୍ୟମନ୍ତ୍ରୀ ନିଜର ବଜେଟ ଅଭିଭାଷଣ ପେପରରୁ ପଢିଥିଲେ । ବାଚସ୍ପତି ମ୍ୟାଡାମ ଗୃହକୁ ବି ପେପରରେ ପରିଚାଳନା କରିଥିଲେ । କିନ୍ତୁ ଏହାରି ଭିତରେ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମତେ କିଛି ମନ୍ତ୍ରୀ ଓ କେଉଁ ବିଧାୟକ ଟ୍ୟାବରେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ ।

କିନ୍ତୁ ଆଗକୁ ଆହୁରି ଅନେକ ଅଧିବେଶନକୁ ସାମ୍ନା କରିବେ ବିଧାୟକ । ବଜେଟ୍ ଅଧିବେଶନର ବି ମାର୍ଚ୍ଚ ୭ ୨୦୨୫ରୁ ଆରମ୍ଭ ହେବ ଦ୍ୱତୀୟ ପର୍ଯ୍ୟାୟ । ତେଣୁ ସମସ୍ତ ସଦସ୍ୟଙ୍କୁ ପ୍ରଶିକ୍ଷଣର ରହିଛି ଆବଶ୍ୟକ । ବିଧାନସଭା ପକ୍ଷରୁ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେଉଛି । ସେଥିରେ ସମସ୍ତେ ଯୋଗଦେଇ ନିଜକୁ ଅନଲାଇନ ମୋଡରେ ଯିବାର ଦରକାର ରହିଛି । କାହିଁକି ନା ଦେଶର ସଂସଦ ସହ ଅନ୍ୟ ରାଜ୍ୟର ବିଧାନସଭା ଡିଜିଟାଲ ମୋଡରେ ଚାଲିଛି । ଅନଲାଇନ ଯୁଗରେ ଆଖି ପିଛୁଳାକେ ହେଉଛି ସବୁ କାମ । ଏହି ରେସରେ ତାଳରେ ତାଳ ଦେଇ ଆମ ବିଧାୟକଙ୍କୁ ଆଗକୁ ବଢିବାର ରହିଛି । ରାଜ୍ୟବାସୀ ବି ଆଶା ରଖିଛନ୍ତି । ଆମ ଏମଏଲଏ ହେବେ ଶସକ୍ତ । କେଇ ମିନିଟରେ ଫଟାଫଟ ପାଇବେ ସବୁ ତଥ୍ୟ । ସମାଧାନ ପାଇଁ ଆଗେଇ ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ