Masthead

ସ୍ଥାନାନ୍ତର ହେବ ହରିଣ ପାର୍କ, ନିରାଶ କଟକବାସୀ

କଟକ (ବଡ ଖବର ବ୍ୟୁରୋ): ଦୀର୍ଘ ବର୍ଷ ଧରି କଟକର ପର୍ଯ୍ୟଟନକୁ ମହିମା ମଣ୍ଡିତ କରୁଥିବା ହରିଣ ପାର୍କ ସ୍ଥାନାନ୍ତର ହେବାକୁ ଯାଉଛି । ଆୟତନ ଦୃଷ୍ଟିରୁ ଏଠାରେ ହରିଣ ସଂଖ୍ୟା ବଢିଯାଇଥିବାରୁ ସିଏମସି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ହେଲେ ଏହି ନିଷ୍ପତିକୁ ସ୍ଥାନୀୟ ଲୋକ ଏବଂ ରାଜନେତା ବିରୋଧ କରିଛନ୍ତି । ହଜାର ବର୍ଷ ପୁରୁଣା ସହର କଟକ । ଏଠାରେ ରହିଛି ଅନେକ ଐତିହାସିକ କିର୍ତ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ର । ସେଥି ମଧ୍ୟରୁ ହରିଣ ପାର୍କ ଅନ୍ୟତମ । ତେବେ ବର୍ତ୍ତମାନ ସ୍ଥିତିରେ ହରିମ ବଂଶ ବୃଦ୍ଧି ପାଉଥିବରୁ ଏହାକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତି ନିଆଯାଇଛି । ତେଣୁ, ପାର୍କକୁ ସମ୍ପୁର୍ଣ୍ଣ ରୂପେ ନୂତନ ଠିକଣା ଦେବା ପାଇଁ ଯୋଜନା ଆରମ୍ଭ କରିଛି ସିଏମସି । ପ୍ରଥମରୁ ୨ ଏକରରୁ ଉର୍ଦ୍ଧ୍ବ ଜମିରେ ହାତ ଗଣତି ହରିଣ ରହିଥିଲା ବେଳେ ବର୍ତ୍ତମାନ ତାହା ୨୦୦ ପାର କରିଛି ।

ଯାହା ନିହତି ଖୁସିର ବିଷୟ । ହେଲେ କଟକ ମହାନଗର ନିଗମ ଏହି ପାର୍କକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିରେଧ କରିଛନ୍ତି କଟକ ବାସି ଏବଂ ରାଜନୈତିକ ଦଳ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ଅସନ୍ତୋଷ ଜାହିର କରିଛି । କାରଣ ଅଳ୍ପ ସ୍ଥାନରେ ୨୦୦ରୁ ଉର୍ଦ୍ଧ୍ବ ହରିଣ ରହିବା ଅସମ୍ଭବ । ଏହାପରେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ହେବା ପରେ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ । ୩ ମାସ ମଧ୍ୟରେ ଏହି ପ୍ରସଙ୍ଗରେ ସମାଧାନ ଆଣିବାକୁ କହିଥିଲେ । ଯାହା ବର୍ତ୍ତମାନ କାର୍ୟ୍ୟରେ ପରିଣତ କରିଛି ସିଏମସି । ଗୋଟିଏ ପଟେ ହରିଣ ମାନଙ୍କ ସୁରକ୍ଷା ଓ ଅନ୍ୟପଟେ ପାର୍କ ହେଉଛି କଟକର ମୁଖ୍ୟ ପର୍ୟ୍ୟଟନ । ତେବେ ହରିଣ ପାର୍କ ପ୍ରତି ନିଆଯାଇଥିବା ନିଷ୍ପତି ଫଳପ୍ରଦ ହେଲେ ନିରାଶ ହେବେ କଟକ ବାସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି