Masthead

କରୋନା କଷ୍ଟରେ ହନ୍ତସନ୍ତ ଦେଶ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ ତିନି ଲକ୍ଷରୁ ଅଧିକ କରେନା ସଂକ୍ରମଣ ମାମଲା ସମ୍ନାକୁ ଆସିଲାଣି । ଯାହା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହାରି ଭିତରେ ହସ୍ପିଟାଲ ମାନଙ୍କରେ ଚିକିତ୍ସା ସାଧନର ଅଭାବ ଦେଖାଦେଇଛି । ଯାହା ତୁଳନାରେ ରୋଗୀ ସଂଖ୍ୟା ଅଧିକ ରହିଛି । ଲୋକଙ୍କୁ ବେଡ, ମେଡିସିନ, ଅକ୍ସିଜେନ ସହ ସବୁକ୍ଷେତ୍ରରେ ସଂଘର୍ଷ କରିବାକୁ ପଡୁଛି । ଲ୍ୟାବରେ ଏତେ ଗୁଡାଏ ସାମ୍ପୁଲ ହୋଇଗଲାଣି ଯେ ଲୋକଙ୍କୁ ରିପୋର୍ଟ ଜାଣିବା ପାଇଁ ୩-୪ଦିନ ଅପେକ୍ଷା କରିବାକୁ ପଡୁଛି । କରୋନା ମହାମାରୀ ଏତେ ମାତ୍ରାରେ ବଢିଲାଣି ଯେ ଦିଲ୍ଲୀ ଏବଂ ଦେଶର ଅନେକ ସହରର ହସ୍ପିଟାଲ ମାନଙ୍କରେ ବେଡର ଅଭାବ ଦେଖା ଦେଇଛି ।

ଏମିତିରେ ନିଜ ଘରେ ହିଁ ଚିକିତ୍ସା କରିବା ଛଡା ଆଉ କିଛି ବିକଲ୍ପ ହି ନାହିଁ ଲୋକଙ୍କ ପାଖରେ । ଦିଲ୍ଲୀ ଏବଂ ନୋଏଡାରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ ମିଳୁନଥିବା ବେଳେ ଏବେ ଅକ୍ସିଜେନର ଅଭାବ ମଧ୍ୟ ଦେଖାଦେଇଛି । ଏମିତି ପରିସ୍ଥିତି ଉପୁଜିଲାଣି ଯେ ଅକ୍ସିଜେନର କଳା ବଜାରି ମଧ୍ୟ କରୁଛନ୍ତି ଲୋକେ । ଲୋକେ ୬୦୦୦ର ଅକ୍ସିଜେନ ସିଲିଣ୍ଡରକୁ ୫୦,୦୦୦ ଟଙ୍କାରେ କିଣି ବାକୁ ବାଧ୍ୟ ହେଉଛନ୍ତି ।

ଏହି ସମୟର ଫାଇଦା ଉଠେଇ କଳାବଜାରୀ କରୁଥିବା ଲୋକେ ସିଲିଣ୍ଡରର ଅସଲି ଦାମ ବଦଳରେ ଚଢାଦରରେ ବିକ୍ରି କରୁଛନ୍ତି । ଦିଲ୍ଲୀ, ନୋଏଡା, ଇହ୍ଲାବାଦ ଏବଂ ଇନ୍ଦୋର ପରି ସହରରେ ଲୋକଙ୍କୁ ହସ୍ପିଟାଲରେ ବେଡ ମିଳୁନାହିଁ । ଯାହା ଫଳରେ ଲୋକଙ୍କୁ ନିଜ ଘରେ ହିଁ ଚିକିତ୍ସା କରିବାର ବ୍ୟବସ୍ଥା କରିବାକୁ ପଡୁଛି । କିନ୍ତୁ ଘରେ ରହି ଚିକିତ୍ସା କରିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । କାରଣ ରାଜଧାନୀ ଦିଲ୍ଲୀ ସହ ଏମିତି ଅନେକ ସହର ରହିଛି ଯେଉଁଠି ଅକ୍ସିଜେନର ଅଭାବ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ