Masthead

ଚେନ୍ନାଇର ବ୍ୟାଟିଂ ଓ ବୋଲିଂ ଆଗରେ ଧରାଶାୟୀ ହେଲା ଗୁଜୁରାଟ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ସଂସ୍କରଣର ୭ମ ମ୍ୟାଚରେ ଗୁଜୁରାଟ ବିପକ୍ଷ ଚେନ୍ନାଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ମଙ୍ଗଳବାର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି ସିଏସକେ । ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଗୁଜରାଟ ୮ ୱିକେଟ ହରାଇ ୧୪୩ ରନରେ ଅଟକିଛି ଯାଇଛି। ଲଗାତାର ଦ୍ୱିତୀୟ ବିଜୟ ପରେ ୪ ପଏଂଟ ସହ ଟେବୁଲରେ ଶୀର୍ଷକୁ ଉଠିଛି ଚେନ୍ନାଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଗୁଜରାଟ ।

ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ଓ ରାଚୀନ ରବୀନ୍ଦ୍ର ପାଳି ଆରମ୍ଭ କରିଥଲେ । ଉଭୟ ରୁତରାଜ ଓ ରାଚୀନ ପ୍ରଥମ ୱିକେଟ ପାଇଁ ୬୨ରନର ଭାଗୀଦାରୀ କରିଥିଲେ । ରାଚୀନ କ୍ରିଜ୍ ଛାଡିବା ପୂର୍ବରୁ ୩୦ଟି ବଲରେ ୬ଟି ଚୌକା ଏବଂ ୩ଟି ଛକା ସହ ୪୬ ରନ୍ ସଂଗ୍ରହ କରିଥିଲେ । ରୁତରାଜ ଗାଏକୱାଡ ମଧ୍ୟ ୩୬ ବଲରେ ୫ଚୌକା ଏବଂ ଗୋଟିଏ ଚୌକା ସହ ୪୬ ରନ ସଂଗ୍ରହ କରିଥିଲେ । ପରେ କ୍ରିଜକୁ ଆସି ଗୁଜରାଟ ବୋଲରଙ୍କ ଧୁଲାଇ କରିବା ସହ ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ ଶିଭମ୍ ଦୁବେ । ୨୩ ବଲରେ ୫ଟି ଛକା ୨ଟି ଚୌକା ବଳରେ ୫୧ ରନ୍ ହାସଲ କରିଥିଲେ ଶିଭମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ