Masthead

ଜଣେ ୪୦୬ଙ୍କୁ ପଜିଟିଭ କରିବା ଆଶଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏଥିପାଇଁ ସରକାର କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିିଲେ ଓ ସାମାଜିକ ଦୂରତା ନରଖିଲେ ସଂକ୍ରମଣର ବିପଦ ଭୟଙ୍କର ରହିବ ବୋଲି ଆଶା କରାଯାଉଛି ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବେ । ଏକ ରିପୋର୍ଟକୁ ଆଧାର କରି କୁହାଯାଇଛି ଜଣେ ସଂକ୍ରମିତ ବ୍ୟକ୍ତି ୫ ଦିନ ଭିତରେ ୨ ଜଣ ବ୍ୟକ୍ତିଙ୍କୁ ସିଧାସଳଖ ସଂକ୍ରମିତ କରାନ୍ତି । ତେବେ ୩୦ ଦିନ ମଧ୍ୟରେ ଏହା ୪୦୬ ଜଣ ସଂକ୍ରମିତ ହେବେ । ୫୦ ପ୍ରତିଶତ ସାମାଜିକ ଦୂରତ୍ୱ ରହିଲେ ଜଣେ ସଂକ୍ରମିତଙ୍କ ଦ୍ୱାରା ୩୦ ଦିନ ମଧ୍ୟରେ ମାତ୍ର ୧୫ ଜଣ ଲୋକ ସଂକ୍ରମିତ ହେବେ । ଯଦି ୭୫ ପ୍ରତିଶତ ସାମାଜିକ ଦୂରତା ରହିବ ତେବେ ୩୦ ଦିନ ମଧ୍ୟରେ ୨ ଜଣକୁ ସଂକ୍ରମିତ କରିପାରିବ ।

ସେହିଭଳି ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମାସ୍କ ବ୍ୟବହାର କରନ୍ତି ଓ ସଂକ୍ରମିତ ହୋଇନଥିବା ବ୍ୟକ୍ତି ମାସ୍କ ପିନ୍ଧି ସଂକ୍ରମିତ ବ୍ୟକ୍ତିଙ୍କ ୬ ଫୁଟ ଦୂରତାରେ ଆସନ୍ତି ତେବେ ସଂକ୍ରମଣର ବିପଦ ବହୁତ କମ ରହିବ । ଯଦି ୬ ଫୁଟ ଦୂରତା ନରୁହେ ତେବେ ସଂକ୍ରମଣ ୧୫ ପ୍ରତିଶତ ରହିବାର ଆଶଙ୍କା ରହିଛି । ଯଦି ମାସ୍କ ପିନ୍ଧିବା ଓ ସାମଜିକ ଦୂରତା ରକ୍ଷା କରାଯାଏ ତେବେ ସଂକ୍ରମଣ ବଢିବାର ଆଶଙ୍କା କମ ରହିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି