Masthead

କରୋନା କଷ୍ଟରେ ହନ୍ତସନ୍ତ ଦେଶ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ ତିନି ଲକ୍ଷରୁ ଅଧିକ କରେନା ସଂକ୍ରମଣ ମାମଲା ସମ୍ନାକୁ ଆସିଲାଣି । ଯାହା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହାରି ଭିତରେ ହସ୍ପିଟାଲ ମାନଙ୍କରେ ଚିକିତ୍ସା ସାଧନର ଅଭାବ ଦେଖାଦେଇଛି । ଯାହା ତୁଳନାରେ ରୋଗୀ ସଂଖ୍ୟା ଅଧିକ ରହିଛି । ଲୋକଙ୍କୁ ବେଡ, ମେଡିସିନ, ଅକ୍ସିଜେନ ସହ ସବୁକ୍ଷେତ୍ରରେ ସଂଘର୍ଷ କରିବାକୁ ପଡୁଛି । ଲ୍ୟାବରେ ଏତେ ଗୁଡାଏ ସାମ୍ପୁଲ ହୋଇଗଲାଣି ଯେ ଲୋକଙ୍କୁ ରିପୋର୍ଟ ଜାଣିବା ପାଇଁ ୩-୪ଦିନ ଅପେକ୍ଷା କରିବାକୁ ପଡୁଛି । କରୋନା ମହାମାରୀ ଏତେ ମାତ୍ରାରେ ବଢିଲାଣି ଯେ ଦିଲ୍ଲୀ ଏବଂ ଦେଶର ଅନେକ ସହରର ହସ୍ପିଟାଲ ମାନଙ୍କରେ ବେଡର ଅଭାବ ଦେଖା ଦେଇଛି ।

ଏମିତିରେ ନିଜ ଘରେ ହିଁ ଚିକିତ୍ସା କରିବା ଛଡା ଆଉ କିଛି ବିକଲ୍ପ ହି ନାହିଁ ଲୋକଙ୍କ ପାଖରେ । ଦିଲ୍ଲୀ ଏବଂ ନୋଏଡାରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ ମିଳୁନଥିବା ବେଳେ ଏବେ ଅକ୍ସିଜେନର ଅଭାବ ମଧ୍ୟ ଦେଖାଦେଇଛି । ଏମିତି ପରିସ୍ଥିତି ଉପୁଜିଲାଣି ଯେ ଅକ୍ସିଜେନର କଳା ବଜାରି ମଧ୍ୟ କରୁଛନ୍ତି ଲୋକେ । ଲୋକେ ୬୦୦୦ର ଅକ୍ସିଜେନ ସିଲିଣ୍ଡରକୁ ୫୦,୦୦୦ ଟଙ୍କାରେ କିଣି ବାକୁ ବାଧ୍ୟ ହେଉଛନ୍ତି ।

ଏହି ସମୟର ଫାଇଦା ଉଠେଇ କଳାବଜାରୀ କରୁଥିବା ଲୋକେ ସିଲିଣ୍ଡରର ଅସଲି ଦାମ ବଦଳରେ ଚଢାଦରରେ ବିକ୍ରି କରୁଛନ୍ତି । ଦିଲ୍ଲୀ, ନୋଏଡା, ଇହ୍ଲାବାଦ ଏବଂ ଇନ୍ଦୋର ପରି ସହରରେ ଲୋକଙ୍କୁ ହସ୍ପିଟାଲରେ ବେଡ ମିଳୁନାହିଁ । ଯାହା ଫଳରେ ଲୋକଙ୍କୁ ନିଜ ଘରେ ହିଁ ଚିକିତ୍ସା କରିବାର ବ୍ୟବସ୍ଥା କରିବାକୁ ପଡୁଛି । କିନ୍ତୁ ଘରେ ରହି ଚିକିତ୍ସା କରିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । କାରଣ ରାଜଧାନୀ ଦିଲ୍ଲୀ ସହ ଏମିତି ଅନେକ ସହର ରହିଛି ଯେଉଁଠି ଅକ୍ସିଜେନର ଅଭାବ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି