Masthead

ଶଗଡରେ ବୁହା ହେଲା ଶବ

ଦେବଗଡ (ବଡ଼ ଖବର ବ୍ୟୁରୋ): କୋକେଇକୁ ମିଳିଲାନି କାନ୍ଧ । ଶଗଡରେ ବୁହା ହେଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ । ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖ ମାଡିନଥିଲେ ସାହିପଡିଶା । ଫଳରେ ସଫେଇ କର୍ମଚାରୀମାନେ ତାଙ୍କୁ ଏକ ଶଗଡରେ ଶ୍ମଶାନକୁ ନେଇଥିଲେ । ତିଲେଇବଣି ବ୍ଲକ ସୁଗୁଡା ଗାଁର ଚନ୍ଦ୍ର ଶେଖର ସାହୁ, କରୋନା ଆକ୍ରାନ୍ତ ହେବାପରେ ଡାକ୍ତରଙ୍କ ପରାମର୍ଶରେ କିଛିଦିନ ହେଲା ସଙ୍ଘରୋଧରେ ରହି ଚିକିତ୍ସିତ ହେଉଥିଲେ ।

ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ହେବାରୁ ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ କୋଭିଡ ସହାୟତା କେନ୍ଦ୍ରକୁ ସୂଚନା ଦେଇଥିଲେ । କୋଭିଡ କର୍ମଚାରୀ ପହଂଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସଂକ୍ରମଣ ଭୟରେ ଗାଁ ଲୋକ ପାଖ ମାଡିନଥିବାବେଳେ ପୌର ପ୍ରଶାସନକୁ ଖବର ଦେବାରୁ ୪ ଜଣ ସଫେଇ କର୍ମଚାରୀ ଆସି ତାଙ୍କୁ ଏକ ଖୋଲା ଶଗଡ ଗାଡିରେ ଶ୍ମଶାନକୁ ନେଇଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ