ଦିଲ୍ଲୀରେ ସ୍ୱାସ୍ଥ୍ୟସେବାର ସ୍ଥିତି ଅତି ଗମ୍ଭୀର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ କୋଭିଡ ସ୍ଥିତି ଏବେ ମଧ୍ୟ ଜଟିଳ । ଚାରିଆଡେ ହା ହା କାର ପରିସ୍ଥିତି ଲାଗିରହିଛି ।  ଏ ହେଉଛି ସର୍ଦ୍ଦାର ପଟେଲ କୋଭିଡ କେୟାର ହସ୍ପିଟାଲର ଦୃଶ୍ୟ । ରୋଗୀଙ୍କ ତୁଳନାରେ ନାହିଁ ବେଡ, ଆଇସିୟୁ ଓ ଅକ୍ସିଜେନ୍ । ଏବେ ମଧ୍ୟ ଅକ୍ସିଜେନ୍ ସମସ୍ୟାର ସୁଧାର ଆସିନି । ଅକ୍ସିଜେନ୍ ଅଭାବରୁ ବହୁ ରୋଗୀ ଛଟପଟ ହେଉଛନ୍ତି ।

ଡାକ୍ତରଖାନା କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ଉପରେ ନିର୍ଭର କରି ହାତଯୋଡି ବସିଯାଇଛନ୍ତି । ରୋଗୀମାନେ ଡାକ୍ତରଖାନା ବାରଣ୍ଡାରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ତେଣେ ସର୍ମ୍ପୀୟମାନେ ରୋଗୀର ଭବିଷ୍ୟତ ଚିନ୍ତାରେ ଚିନ୍ତିତ । ସର୍ଦ୍ଦାର ପଟେଲ କୋଭିଡ କେୟାର ହସ୍ପିଟାଲ ସମସ୍ୟା ଭଳି ଲୋକନାୟକ କୋଭିଡ ହସ୍ପିଟାଲରେ ଲାଗିରହିଛି ସମସ୍ୟା । ଡାକ୍ତରଖାନାରେ ବେଡ ନଥିବାରୁ ଗାଡି ଭିତରେ ରୋଗୀଙ୍କୁ କରାଯାଉଛି ଚିକିତ୍ସା ।

ଆନୁସଙ୍ଗିକ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଆତ୍ମୀୟମାନେ ରୋଗୀଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେଉଛନ୍ତି । ଉଭୟେ ରୋଗୀ ଓ ଆତ୍ମୀୟସ୍ୱଜନ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀର ପ୍ରାୟ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନେ ଲଗାଇଛନ୍ତି ଲମ୍ବାଧାଡି । ତେଣେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ସ୍ଥିତିରେ ସୁଧାର ଆସିଛି । ସରକାର ସବୁ ବ୍ୟବସ୍ଥା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’