Masthead

ଦିଲ୍ଲୀ ପୋଲିସର ମହାନତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାରା ଦେଶରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଏପରିକି ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ମହାମାରୀ କରୋନା ସମ୍ପର୍କରେ ଫାଟ ସୃଷ୍ଟି କରୁଛୁ । ସଂକ୍ରମିତ ମରିଗଲେ ପରିବାର ଲୋକେ ମୁହଁ ଏଡାଉଛନ୍ତି । ଶବଦାହ ପାଇଁ ସମ୍ପର୍କୀୟମାନେ ଆଗଭର ହେଉନାହାନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ସହଯୋଗର ହାତବଢାଇଛି । ଦିଲ୍ଲୀର ପ୍ରଶାନ୍ତ ବିହାର ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ପ୍ରଶାନ୍ତ ବିହାର ଥନା ଇନଚାର୍ଜ ପ୍ରବୀଣ କୁମାର ସହକର୍ମୀଙ୍କ ସହିତ କୋଭିଡ ପ୍ରୋଟୋକଲ ଅନୁସରଣ କରି ଶବକୁ ଘରୁ ନେଇ ଦାହ କରିଛନ୍ତି । ଦିଲ୍ଲୀର ରୋହିଣୀ ସେକ୍ଟର ୧୪ ରେ ଏକ ପରିବାରର ସମସ୍ତ ସଦସ୍ୟ କୋଭିଟ୍ ପଜିଟିଭ ହୋଇଥିଲେ । ସମସ୍ତେ ହୋମ ଆଇସୋଲେସନ୍ରେ ରହୁଥିଲେ । ମାତ୍ର ରବିବାର ପରିବାରର ମୁଖ୍ୟଙ୍କର ମୃତ୍ୟୁ ହେବାରୁ ପଡୋଶୀମାନେ ମଧ୍ୟ ନିଜକୁ ଦୂରେଇ ରଖିଥିଲେ। ଏଭଳି ପରିସ୍ଥିତିରେ ମୃତଦେହକୁ ଶବଦାହ କିପରି ସକ୍ରାର କରାଯିବ ସବୁଠାରୁ ବଡ ପ୍ରଶ୍ନ ଥିଲା ।

କାରଣ ଲୋକମାନେ ଏତେ ଭୟଭୀତ ହୋଇପଡିଥିଲେ ଯେ ସେମାନେ ଘର ନିକଟକୁ ଯିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। କେହି ଜଣେ ପ୍ରଶାନ୍ତ ବିହାର ଥାନାକୁ ସୂଚନା ଦେଇଥିଲେ। ପ୍ରଶାନ୍ତ ବିହାର ଥାନା ଆଇଆଇସି ପ୍ରବୀଣ କୁମାର ସହକର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ôଚ ଆମ୍ବୁଲାନ୍ସ ଏବଂ ଡେଡବଡି ପ୍ୟାକିଂର ବ୍ୟବସ୍ଥା କରିଥିଲେ। ପୋଲିସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ମିଳିତ ସହଯୋଗରେ ଶବ ବ୍ୟବଚ୍ଛେଦ ପରେ ଦାହ କରାଯାଇଥିଲା । ପ୍ରବୀଣ କୁମାର ମାନବିକତାର ଏକ ଉଦାହରଣ ସୃଷ୍ଟି କରିଥିବାରୁ ଦିଲ୍ଲୀ ପୋଲିସର ଗୌରବ ବଢିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼