Masthead

ମାର୍କେଟ ବିଲ୍ଡିଂ ବାହାରିଛନ୍ତି କି… ଅଟକି ଯାଆନ୍ତୁ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଲୋକେ କୋଭିଡ କଟକଣା ନମାନିବାରୁ ପ୍ରଶାସନ ୪୮ ଘଣ୍ଟା ପାଇଁ ସିଲ କଲା ମାର୍କେଟ ବିଲ୍ଡିଂ । ଆସନ୍ତା ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ । ଭୁବନେଶ୍ଵର ଡିସିପି ଏବଂ ବିଏମସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଛି । ମାର୍କେଟ ବିଲ୍‌ଡିଂରେ ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ମାନୁନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏକ ସଙ୍ଗେ ବହୁ ଲୋକ ସପିଂମଲ୍‌ରେ ପଶି ସପିଂ କରୁଥିବା ଦେଖିବାକୁ ମିଳିଥିଲା । ଖୋଲା ମାର୍କେଟ୍‌ରେ ଲୋକମାନେ ସାମାଜିକ ଦୂରତାକୁ ମାନୁନଥିବା ଦେଖାଯାଇଥିଲା । ଯେଉଁଥିପାଇଁ ବୁଧବାର ମାର୍କେଟ ବିଲ୍‌ଡିଂକୁ ସିଲ୍‌ କରାଯାଇଛି। ଗୁରୁବାର ଏବଂ ଶୁକ୍ରବାର ଏହା ସିଲ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକଡାଉନ ରହିବ । ଅର୍ଥାତ ୪ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ ରହିବ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଭୁବନେଶ୍ଵରରେ ଅଣାୟତ୍ତ ହେବାରେ ଲାଗିଛି କରୋନା । ଆଜି ଖୋର୍ଦ୍ଧାରୁ ୧୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ଵରରୁ ଅଛନ୍ତି ୧୦୪୪ । ସେପଟେ ବିଏମ୍‌ସି କମିଶନର ରାଜଧାନୀବାସୀଙ୍କୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ଅପିଲ୍‌ କରିଛନ୍ତି। ନିୟମ ନମାନିଲେ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା!