ମାର୍କେଟ ବିଲ୍ଡିଂ ବାହାରିଛନ୍ତି କି… ଅଟକି ଯାଆନ୍ତୁ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଲୋକେ କୋଭିଡ କଟକଣା ନମାନିବାରୁ ପ୍ରଶାସନ ୪୮ ଘଣ୍ଟା ପାଇଁ ସିଲ କଲା ମାର୍କେଟ ବିଲ୍ଡିଂ । ଆସନ୍ତା ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ । ଭୁବନେଶ୍ଵର ଡିସିପି ଏବଂ ବିଏମସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଛି । ମାର୍କେଟ ବିଲ୍‌ଡିଂରେ ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ମାନୁନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏକ ସଙ୍ଗେ ବହୁ ଲୋକ ସପିଂମଲ୍‌ରେ ପଶି ସପିଂ କରୁଥିବା ଦେଖିବାକୁ ମିଳିଥିଲା । ଖୋଲା ମାର୍କେଟ୍‌ରେ ଲୋକମାନେ ସାମାଜିକ ଦୂରତାକୁ ମାନୁନଥିବା ଦେଖାଯାଇଥିଲା । ଯେଉଁଥିପାଇଁ ବୁଧବାର ମାର୍କେଟ ବିଲ୍‌ଡିଂକୁ ସିଲ୍‌ କରାଯାଇଛି। ଗୁରୁବାର ଏବଂ ଶୁକ୍ରବାର ଏହା ସିଲ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକଡାଉନ ରହିବ । ଅର୍ଥାତ ୪ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ ରହିବ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଭୁବନେଶ୍ଵରରେ ଅଣାୟତ୍ତ ହେବାରେ ଲାଗିଛି କରୋନା । ଆଜି ଖୋର୍ଦ୍ଧାରୁ ୧୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ଵରରୁ ଅଛନ୍ତି ୧୦୪୪ । ସେପଟେ ବିଏମ୍‌ସି କମିଶନର ରାଜଧାନୀବାସୀଙ୍କୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ଅପିଲ୍‌ କରିଛନ୍ତି। ନିୟମ ନମାନିଲେ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ