Masthead

ସରକାର କରୁଛନ୍ତି ବେନିୟମ ନିର୍ମାଣ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପୌରପାଳିକା ଦ୍ୱାରା ଚାଲିଛି ବେଡ଼ଧଡ଼କ ନିର୍ମାଣ କାମ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ଠାକୁରାଣୀ ଯୋଡ଼ା ସଂରକ୍ଷିତ ଜଙ୍ଗଲରେ । ପୌରପାଳିକାର ୧ ନମ୍ବର ୱାର୍ଡରେ ଗୋଟିଏ ପରେ ଗୋଟିଏ ବେଆଇନ ନିର୍ମାଣ ଚାଲିଛି । ପୂର୍ବରୁ ସଂରକ୍ଷିତ ସାଗୁଆନ ଜଙ୍ଗଲରେ ୧୧ ଲକ୍ଷରୁ ଅଧିକ ଟଙ୍କା ବିନିମୟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ଏବେ ୫ ଲକ୍ଷ ୬୭ ହଜାର ଟଙ୍କା ବିନିଯୋଗରେ ଏମ.ଏ.ସି ( ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ) ନିର୍ମାଣାଧୀନ ରହିଛି ।

ଯେତେବେଳେ ଜଣେ ସାଧାରଣ ଭୂମିହୀନ ଲୋକଟିଏ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରିବାକୁ ଚେଷ୍ଟା କରେ ତାହା ବେଆଇନ ବୋଲି କହି ନଗର , ରାଜସ୍ବ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଭାଙ୍ଗିଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥାନ୍ତି । ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥାଏ । ହେଲେ ଏଠି ଖୋଦ ଯୋଡ଼ା ପୌର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ଅନୈତିକ ଭାବେ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ରାଜସ୍ବ ଓ ଜଙ୍ଗଲ ବିଭାଗ ଆଖିବୁଜି ଦେଇଥିବା ମନେହେଉଛି ।

ବାରମ୍ବାର ଅଭିଯୋଗ ପରେ ଜଙ୍ଗଲ ବିଭାଗ, କେବଳ ନିର୍ମାଣାଧୀନ ଏମ.ଏ.ସି ଗୃହର କାର୍ଯ୍ୟ ବନ୍ଦ କରି ଚୁପ ବସିଯାଇଛି । ନିର୍ମାଣାଧୀ ସ୍ଥାନଟି ପୌରପାଳିକା ନିଜସ୍ୱ ଜମି ହୋଇ ନଥିବାବେଳେ, ଜଙ୍ଗଲ କିସମ ଜମିରେ ନିର୍ମାଣ କାର୍ଯ୍ୟ କିପରି କରାଗଲା ? ଏଥିପାଇଁ ବନବିଭାଗର ଅନୁମତି ନିଆଯାଇଛି କି? ବନ ବିଭାଗର ବିନା ଅନୁମତିରେ ଏକାଧିକ ମୂଲ୍ୟବାନ ଶାଗୁଆନ ଗଛ କଟାଯାଇ ସେହି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ବି ବନବିଭାଗ ନିରବଦ୍ରଷ୍ଟା ସାଜିଛି କାହିଁକି ? ତେବେ ସମ୍ପୃକ୍ତ ପୌର ଅଧିକାରୀ ଓ ବନବିଭାଗ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟIନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ