Masthead

ଯୁବପିଢିଙ୍କ ପାଇଁ ବନ୍ଦ ହୋଇପାରେ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଫ୍ଲାଟିନିଙ୍ଗ କର୍ଭରେ ରହୁଛି ସଂକ୍ରମଣର ସ୍ଥିତି । ଅର୍ଥାତ ସମାନ୍ତରାଳ ଭଳି ସ୍ଥିତି । ଢେଉ ଭଳି ରହୁଛି । କେତବେଳେ ଅପ କେତେବେଳେ ଡ଼ାଉନ୍ । ବୁଧବାର ସଂକ୍ରମଣ ୮ ହଜାର ହୋଇଥିଲା । ଆଜି ଏହା ୭ ହଜାରରେ ରହିଛି । ସେଥିପାଇଁ କୌଣସି ପ୍ୟାନିକ ହେବାର ଆବଶ୍ୟକ ନାହିଁ । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମ ଅଛି । କରୋନା ହୋଇ ମଧ୍ୟ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ୟୁବରଣ କରୁଛନ୍ତି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

ଆଜି ଯେତିକି ଟିକା ଅଛି, ୩୦୨ କେନ୍ଦ୍ରରେ ଟିକାକରଣ ଚାଲିଛି ଓ ୧୨ ଜିଲ୍ଲା ବନ୍ଦ ରହିଛି। ବୁଧବାର ୯୦ ହଜାର କୋଭିସିଲଡ଼ ମିଳିଛି। ଆଜି ସବୁ ଜିଲ୍ଲାକୁ ଦିଆଯିବ। ବୁଧବାର ୪୬୯ କେନ୍ଦ୍ରରେ ୪୩୮୫୩ ଜଣ ଟିକା ନେଇଛନ୍ତି। ଆଜି ଯାଏ ସମୁଦାୟ ୫୭୪୮୭୬୯ ଟିକାକରଣ ହୋଇଛି। ବର୍ତ୍ତମାନ ରାଜ୍ୟରେ ୧.୧୯ ଲକ୍ଷ କୋଭିସିଲଡ଼ ୩.୪୬ କୋଭାକ୍ସିନ ଅଛି। ଟିକା କମ ଥିବାରୁ ୧୨ ଜିଲ୍ଲାରେ ବନ୍ଦ ହୋଇଛି। ୧.୨ କୋଟି ସର୍ବଭାରତୀୟ ସ୍ତରରେ ୧୮ରୁ ୪୪ ବର୍ଷ ପଞ୍ଜିକରଣ କରିଛନ୍ତି। ସ୍କଟ ପାଇଁ ଚିନ୍ତା କରନ୍ତୁ ନାହିଁ। କମ୍ପାନୀମାନେ ଆମକୁ କିଛି ଉତ୍ତର ଦେଇ ନାହାନ୍ତି। ଆଜି ଆଶା କରୁଛୁ, କମ୍ପାନୀମାନେ ଆମକୁ ଟିକା ନେଇ ସୂଚନା ଦେବେ। ଯଦି କାଲି ଟିକା ଆସିବ, ଆମେ ମେ ପହିଲାରୁ ଆରମ୍ଭ କରିପାରିବୁ। ନ ହେଲେ ଡେରି ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼