ଯୁବପିଢିଙ୍କ ପାଇଁ ବନ୍ଦ ହୋଇପାରେ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଫ୍ଲାଟିନିଙ୍ଗ କର୍ଭରେ ରହୁଛି ସଂକ୍ରମଣର ସ୍ଥିତି । ଅର୍ଥାତ ସମାନ୍ତରାଳ ଭଳି ସ୍ଥିତି । ଢେଉ ଭଳି ରହୁଛି । କେତବେଳେ ଅପ କେତେବେଳେ ଡ଼ାଉନ୍ । ବୁଧବାର ସଂକ୍ରମଣ ୮ ହଜାର ହୋଇଥିଲା । ଆଜି ଏହା ୭ ହଜାରରେ ରହିଛି । ସେଥିପାଇଁ କୌଣସି ପ୍ୟାନିକ ହେବାର ଆବଶ୍ୟକ ନାହିଁ । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମ ଅଛି । କରୋନା ହୋଇ ମଧ୍ୟ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ୟୁବରଣ କରୁଛନ୍ତି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

ଆଜି ଯେତିକି ଟିକା ଅଛି, ୩୦୨ କେନ୍ଦ୍ରରେ ଟିକାକରଣ ଚାଲିଛି ଓ ୧୨ ଜିଲ୍ଲା ବନ୍ଦ ରହିଛି। ବୁଧବାର ୯୦ ହଜାର କୋଭିସିଲଡ଼ ମିଳିଛି। ଆଜି ସବୁ ଜିଲ୍ଲାକୁ ଦିଆଯିବ। ବୁଧବାର ୪୬୯ କେନ୍ଦ୍ରରେ ୪୩୮୫୩ ଜଣ ଟିକା ନେଇଛନ୍ତି। ଆଜି ଯାଏ ସମୁଦାୟ ୫୭୪୮୭୬୯ ଟିକାକରଣ ହୋଇଛି। ବର୍ତ୍ତମାନ ରାଜ୍ୟରେ ୧.୧୯ ଲକ୍ଷ କୋଭିସିଲଡ଼ ୩.୪୬ କୋଭାକ୍ସିନ ଅଛି। ଟିକା କମ ଥିବାରୁ ୧୨ ଜିଲ୍ଲାରେ ବନ୍ଦ ହୋଇଛି। ୧.୨ କୋଟି ସର୍ବଭାରତୀୟ ସ୍ତରରେ ୧୮ରୁ ୪୪ ବର୍ଷ ପଞ୍ଜିକରଣ କରିଛନ୍ତି। ସ୍କଟ ପାଇଁ ଚିନ୍ତା କରନ୍ତୁ ନାହିଁ। କମ୍ପାନୀମାନେ ଆମକୁ କିଛି ଉତ୍ତର ଦେଇ ନାହାନ୍ତି। ଆଜି ଆଶା କରୁଛୁ, କମ୍ପାନୀମାନେ ଆମକୁ ଟିକା ନେଇ ସୂଚନା ଦେବେ। ଯଦି କାଲି ଟିକା ଆସିବ, ଆମେ ମେ ପହିଲାରୁ ଆରମ୍ଭ କରିପାରିବୁ। ନ ହେଲେ ଡେରି ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ