Masthead

କରୋନା ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼(ବଡ଼ ଖବର ଖବର): କରୋନାର କରୁଣ କାହାଣୀ । ପୁଅ କରୋନାରେ ଆକ୍ରାନ୍ତ ହୋଇ ଅଇସିୟୁରେ ଭର୍ତ୍ତି ହୋଇଥିବା ଖବର ବାପା-ମାଆଙ୍କୁ ଅଥୟ କରିଦେଇଥିଲା । ଏକମାତ୍ର ପୁଅର ଚିନ୍ତାରେ ଭାଙ୍ଗିପଡିଥିଲେ କରୋନା ପଜିଟିଭ ଥିବା ବାପା-ମାଆ । ହରାଇବସିଥିଲେ ମାନସିକ ଭାରସାମ୍ୟ । ବାଛି ନେଇଥିଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଗୋଡିମଡା ଗାଁରେ । ଏହି ଗାଁର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ପାତ୍ର । ୪ ଦିନ ତଳେ ସେମାନଙ୍କର ସ୍ୱାବ ଟେଷ୍ଟରୁ ଜାଣିଲେ କରୋନା ପଜିଟିଭ । ସେବେଠାରୁ ଏହି ଦମ୍ପତି ସଙ୍ଗରୋଧରେ ଥିଲେ । ପୁରୀରେ ରହୁଥିବା ସେମାନଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁରେ ଥିବା ଖବର ପାଇବା ପରେ ଗଗନ ଓ ଜ୍ୟୋତ୍ସା ଭାଙ୍ଗିପଡିଥିଲେ ।

ଭେଣ୍ଡିଆ ପୁଅ ଏବଂ ନିଜେ କରୋନା ସଂକ୍ରମିତ ହୋଇଥିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଗଗନ ଓ ଜ୍ୟୋତ୍ସ୍ନା । ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ସେମାନେ ବାଛିନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ସେମାନେ ଆତ୍ମହତ୍ୟା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶବ ପଡିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା