ଚୁଡାପାଲି ଆଦିବାସୀ ହଷ୍ଟେଲରେ ଛାତ୍ର ଅସୁରକ୍ଷିତ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଚୁଡାପାଲି ଆଦିବାସୀ ହଷ୍ଟେଲରେ ଛାତ୍ର ଅସୁରକ୍ଷିତ । ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା । ଆଦିବାସୀ ହଷ୍ଟେଲରୁ ଜଣକ ପରେ ଜଣେ ଛାତ୍ର ଫେରାର୍ ମାରୁଛନ୍ତି । ଏପରିକି ସପ୍ତାହ ମଧ୍ୟରେ ତିନି ଜଣ ଛାତ୍ର ହଷ୍ଟେଲରୁ ପଳାଇଥିବା ଜଣାପଡିଛି । ଗତକାଲି ହଷ୍ଟେଲର ଜଣେ ଛାତ୍ର ଚାଲି ଚାଲି ଘରକୁ ଯାଉଥିଲା । ଚୁଡାପାଲିରୁ ୨୦ କିମି ଚାଲି ଚାଲି ପାଟଣାଗଡରେ ପହଞ୍ଚି ଥିଲା ଛାତ୍ର ଜଣକ ହେଲେ ମେଟ୍ରିକ୍ ଶ୍ରେଣୀର ପିଲା ତାଙ୍କୁ ପିଟାମରା କରିବା ସହ ତାଙ୍କଠାରୁ ଶହେ ଟଙ୍କା ମଧ୍ୟ ନେଇଯାଇଥିଲେ ।

ବଡ ପିଲାଙ୍କ ନିର୍ଯାତନା ସହି ନ ପାରି ଛାତ୍ର ଜଣକ ହଷ୍ଟେଲରୁ ଘରକୁ ଯାଉଥିଲା । ଏନେଇ କର୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ପିଲାଙ୍କ ନିର୍ଯାତନା ସହି ନ ପାରି ଛାତ୍ର ଜଣକ ଘରକୁ ପଲାଉ ଥିଲା । ହେଲେ ପୋଲିସ ତାଙ୍କୁ ଉଦ୍ଧାର କରି ହଷ୍ଟେଲ୍ ଅଧୀକ୍ଷକ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଛାତ୍ର ଜଣକ ନଜଣାଇ ଚାଲି ଯାଇଥିବା କହିଛନ୍ତି ହଷ୍ଟେଲ୍ ଅଧିକ୍ଷକ ଜଗଦୀଶ ଶବର ।

ହେଲେ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା କଥାକୁ ସେ ସ୍ୱୀକାର କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ସବୁ ସୁବିଧା ସତ୍ତ୍ୱେ ପିଲେ କାହିଁକି ହଷ୍ଟେଲରୁ ଫେରାର୍ ମାରୁଛନ୍ତି । ହଷ୍ଟେଲରେ ନିର୍ଯାତନା ନା ରହିଛି ଅନ୍ୟ କିଛି କାରଣ ସେ ଉପରେ ତଦନ୍ତ ହେବା ନିହାତି ଜରୁରୀ । କିନ୍ତୁ ଛାତ୍ର ସୁରକ୍ଷା ଢ଼ିଲା ପାଇଁ ହଷ୍ଟେଲ ଅଧୀକ୍ଷକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେ ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ