Masthead

ସିଧାସଳଖ ବାୟୁମଣ୍ଡଳରୁ ମିଳିବ ଅକ୍ସିଜେନ

ଭୋପାଳ(ବଡ଼ ଖବର ବ୍ୟୁରୋ): ପବନରୁ ଅକ୍ସିଜେନ । ମଧ୍ୟପ୍ରଦେଶ ଆଗର ମାଲବା ଜିଲ୍ଲାର ଜଣେ ଡାକ୍ତର ତିଆରି କରିଛନ୍ତି ସ୍ୱତନ୍ତ୍ର ଧରଣର ମେସିନ ।ଯାହା ଦ୍ୱାରା ବାୟୁମଣ୍ଡଳରୁ ହିଁ ଅକ୍ସିଜେନ ନେଇ ରୋଗୀଙ୍କୁ ଯୋଗାଇ ହେବ । ଅନେକ ସ୍ଥାନରେ ଏବେ ଜଟିଳ ସ୍ଥିତିରେ ପହଞ୍ଚିଛି ଅକ୍ସିଜେନ ଅଭାବ । ଆଉ ଏହାର ମୁକାବିଲା କରିବା ପାଇଁ ନିଜ ଉଦ୍ୟମରେ ଏକ କମ୍ପ୍ରେସର ମେସିନ ବାହାର କରିଛନ୍ତି ଡାକ୍ତର ବଜ୍ରଭୂଷଣ ।

ଜରୁରିକାଳୀନ ପରିସ୍ଥିତିରେ ଏହି ମେସିନ ମାଧ୍ୟମରେ ରୋଗୀଙ୍କୁ ବାୟୁମଣ୍ଡଳରୁ ଅକ୍ସିଜେନ ଗ୍ରହଣ କରି ଯୋଗାଇ ହେବ । ଏହି ମେସିନକୁ ଦନ୍ତ ଚିକିତ୍ସା ବିଭାଗରେ ଥିବା ଏକ କମ୍ପ୍ରେସରକୁ ଆଣି ମୋଡିଫିକେସନ କରି ଏଭଳି ଏକ ଅକ୍ସିଜେନ ମେସିନ ତିଆରି କରିଛନ୍ତି । ତେବେ ଡାକ୍ତର ବଜ୍ରଭୂଷଣଙ୍କୁ ଏହି କମ୍ପ୍ରେସର ମେସିନକୁ ଅକ୍ସିଜେନ୍ ମେସିନରେ ପରିବର୍ତ୍ତନ କରିବାକୁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏହି କାର୍ଯ୍ୟରେ ତାଙ୍କୁ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି । ବଜ୍ରଭୂଷଣ କହିଛନ୍ତି ଏହି ମେସିନ ଦ୍ୱାରା କରୋନା ରୋଗୀଙ୍କୁ କିଛି ମାତ୍ରାରେ ଅମ୍ଳଜାନ ପ୍ରଦାନ କରିହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ