Masthead

ଚାଲନ୍ତୁ ନିର୍ଭୟର ସହ ନେବା ଟିକା

(ବଡ଼ ଖବର ବ୍ୟୁରୋ) : କାହିଁକି ଡରିବା ଟିକା ନେବାକୁ ? ଟିକାକୁ ନେଇ କାହିଁକି ମନରେ ଉଠୁଛି ସନ୍ଦେହ ? ଟିକା ନେବାର ଫାଇଦା ବିଷୟରେ ଜାଣିଛନ୍ତି କି ନାହିଁ । ଏହି ଟିକା ହେଉଛି ଏକ ମାତ୍ର ପ୍ରତୀକାତ୍ମକ ଉପାୟ । ଟୀକା ନେବା ପରେ କରୋନା ଭାଇରସ ବିରୋଧରେ ଆଣ୍ଟିବଡି ତିଆରି ହୋଇଥାଏ । ନିକଟରେ ଭାରତ ବାୟୋଟେକ ତୃତୀୟ ପର୍ଯ୍ୟୟ ପରୀକ୍ଷା ଶେଷ କରି ପ୍ରମାଣ କରିଛି ଯେ ଟିକାକୁ ଜରୁରୀକାଳୀନ ବ୍ୟବହାର କରିପାରିବେ । କୋଭାକ୍ସିନ ଟିକା ୮୦ ଭାଗ ପର୍ଯ୍ୟନ୍ତ କାମ କରୁଛି । ଏହା ସହ ଗମ୍ଭୀର ଶ୍ରେଣୀର କୋଭିଡ ଭୁତାଣୁ ବିରୋଧରେ ଏହା ଶହେ ପ୍ରତିଶତ ସହାୟକ ହେବ । ସେରମ ଇନଷ୍ଟିଚ୍ୟୁଟ ଅପ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ମଧ୍ୟ ସମାନ କାମ କରୁଥିବା ନେଇ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ତେବେ ଟିକା ନେବା ପରେ କରୋନା ହେବନି ସେଭଳି କିଛି ସୂଚନା ନାହିଁ ।

ଟିକା ନେବା ଦ୍ୱାରା କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ବହୁତ କମ୍ ଥାଏ । ଏଥିପାଇଁ ଟିକା ନେବା ନିହାତି ଜରୁରୀ । ଟୀକା ଏକ ମାତ୍ର ଉପାୟ ଯାହାଦ୍ୱାରା କରୋନା ଭାଇରସକୁ ହରେଇ ହେବ । ଦ୍ୱିତୀୟ ଡୋଜ ନେବାର ୧୫ ଦିନ ପରେ ନିଜକୁ ସୁରକ୍ଷିତ ମାନନ୍ତୁ । କାହିଁକି ନା ଟିକା ନେବା ପରେ ଆପଣଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଯାହାକି ପ୍ରାକୃତିକ ରୂପରେ ତିଆରି ହେବାକୁ ବହୁତ ସମୟ ନେଇଥାନ୍ତା । ତେବେ ଟୀକା ନେବା ପରେ ଆପଣଙ୍କ ଦେହ ଯଦି ଅସୁସ୍ଥ ହେଉଛି ଅର୍ଥାତ ଜ୍ୱର, ଦେହ ଘୋଳାବିନ୍ଧା ଭଳି କିଛି ଅନୁଭବ କରୁଛନ୍ତି, ତେବେ ଡରନ୍ତୁ ନାହିଁ । କାହିଁକିନା ଏହାର ଅର୍ଥ ଆପଣଙ୍କ ଦେହରେ ସେ ଟିକାର ସକରାତ୍ମକ ପ୍ରଭାବ ପଡୁଛି । ଆପଣ ଏ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଟିକା ନେଇ ଲୋକଙ୍କର ମୃତ୍ୟୁ ହେଉଥିବା ଖବରକୁ ଗୁଜବ ବୋଲି ଘୋଷଣା କରାଯାଇଛି । ଟୀକା ନେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇନଥାଏ । ମୃତକ ମାନେ ଅନ୍ୟ କିଛି ରୋଗରେ ଆକ୍ରାନ୍ତ ରହି ପ୍ରାଣ ହାରି ଥାନ୍ତି । ତେବେ ଟିକାକୁ ନେଇ କିଛି ଭୟ କରନ୍ତୁ ନାହିଁ । ମୂଲ୍ୟହୀନ ପ୍ରଶ୍ନ ମନକୁ ଆଣିବା ଛାଡି ନିର୍ଭୟର ସହ ଟିକା ନିଅନ୍ତୁ । ତେବେ ଏହାରି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଭାରତୀୟ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକା ଠାରୁ ଋଷିଆର ସ୍ପୁଟନିକ ଏବଂ ଆମେରିକାର ଫାଇଜର ଟିକାକୁ ଅଧିକା ବିଶ୍ୱାସ କରାଯାଉଛି । ହେଲେ ଆମ ଦେଶରେ ପ୍ରସ୍ତୁତ ହୋଇଥିବା ଟିକା ହୁଏତ ସାଧାରଣ ଲୋକଙ୍କ ପାଖରେ ପଂହଚିଯିବ । ମାତ୍ର ବିଦେଶୀୟ ଟିକା ପଂହଚିବା ମୁସକିଲ ହୋଇଯିବ । ତେବେ ଟିକା ନିଅନ୍ତୁ, ସୁସ୍ଥ ରହନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି