Masthead

ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

ପିପିଲି, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଏଗାର ନମ୍ବର ୱାର୍ଡ ଜୟପୁର ମେଲଣ ପଡିଆରେ ଖତ ଖାଉଛି ୧୦୮ ଆମ୍ବୁଲାନ୍ସ । ଦୀର୍ଘ ଦିନ ହେବ ଆମ୍ବୁଲାନ୍ସଟି ପଡିରହିଥିଲେ ସୁଦ୍ଧା କାହାର ଦୃଷ୍ଟିଗୋଚର ହେଉନାହିଁ । ରୋଗୀଙ୍କ ନିକଟରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସେପଟେ ଆମ୍ବୁଲାନ୍ସ ଖତ ଖାଉଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପିପିଲି ମେଡିକାଲ ଉପରେ ସ୍ଥାନୀୟ ଅଞ୍ଚଳର ପଚାଶ ହଜାର ଲୋକ ନିର୍ଭର କରନ୍ତି । ଜରୁରୀ ସମୟରେ ମେଡିକାଲରେ ମାତ୍ର ଗୋଟିଏ ଆମ୍ବୁଲାନ୍ସ ଥାଏ । ଫୋନ କଲେ ଠିକ ସମୟରେ ପହଞ୍ଚି ପାରେନି ଆରମ୍ବୁଲାନ୍ସ । ଯାହାକୁ ନେଇ ବାରମ୍ବାର ଅଭିଯୋଗ ଆଣୁଛନ୍ତି ରୋଗୀଙ୍କ ସମ୍ପର୍କୀୟମାନେ । ସେପଟେ ଡେରିରେ ପହଞ୍ଚିଲେ ମଙ୍ଗଳପୁର ଡାକ୍ତରଖାନାକୁ ରେଫର କରାଯାଉଛି । ବିଳମ୍ବ ଲାଗି ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବାର ମଧ୍ୟ ନଜିର ରହିଛି । ତେବେ ୧୦୮ ଆମ୍ବୁଲାନ୍ସ ଲାଗି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖତ ଖାଉଥିବାଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ