Masthead

ରାଜସ୍ଥାନରେ ଜାରି ହେଲା ଲକଡାଉନ

ଜୟପୁର(ବଡ଼ ଖବର ବ୍ୟୁରୋ): ଭାରତରେ ବଢ଼ିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ରାଜସ୍ଥାନରେ ବି କଠୋର ଲକଡାଉନ ଜାରି କରାଯାଇଛି । ମେ ୧୦ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜବ୍ୟାପୀ ଏହି ଲକଡାଉନ ରାଜ୍ୟରେ ବଳବତ୍ତର ହେବ । ୧୦ ମେ ଭୋର ୫ଟାରୁ ୨୪ ମେ ଭୋର ୫ଟା ପର୍ଯ୍ୟନ୍ତ ଲାଗିବ ଏହି କଟକଣା । ତେବେ ରାଜ୍ୟବ୍ୟାପୀ ଲକଡାଉନ ଘୋଷଣା କରିବା ପାଇଁ ରାଜ୍ୟ କ୍ୟାବିନେଟର ଏକ ଭର୍ଚୁଆଲ ବୈଠକ ହୋଇଥିଲା । ଏଥିରେ ରାଜ୍ୟ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଦେଶ ବ୍ୟାପୀ ଲକଡାଉନ ଘୋଷଣା ହିଁ ଏକମାତ୍ର ଉପାୟ ।

ରାଜସ୍ଥାନରେ ଲକଡାଉନ ସମୟରେ ଗମନାଗମନ ଉପରେ କଟକଣା ଲାଗିବ । କିନ୍ତୁ ମାଲ ପରିବହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ମେ ୨୪ ଯାଏ ଲକଡାଉନ ଘୋଷଣା ହୋଇଥିଲେ ମଧ୍ୟ ୩୧ ମେ ପର୍ଯ୍ୟନ୍ତ ସରକାର ସର୍ବସାଧାରଣରେ ବିବାହ ଅନୁଷ୍ଠାନକୁ ବାରଣ କରିଛନ୍ତି । ତେବେ ଅଦାଲତରେ ବିବାହ ହୋଇ ପାରିବ । ଆଉ ଯଦି ଘର ଭିତରେ ବାହାଘର ହେଉଥାଏ ତେବେ ସେଥିରେ ୧୧ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ସେହିପାରି ରାଜସ୍ଥାନର ଗ୍ରାମାଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ଘଟୁଥିବା କାରଣରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ମନରେଗା କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି