Before Header

ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ଼

0 24

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ନୂଆ ରେକର୍ଡ଼ ସୃଷ୍ଟି କରୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ୧୨ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଆଜି ରାଜ୍ୟରେ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ୨୪ଘଣ୍ଟାରେ ୧୨ହଜାର ୨୩୮ନୂଆ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଖୋର୍ଦ୍ଧାରୁ ୧୮୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫, ବାଲେଶ୍ୱରରୁ ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯, ଷ୍ଟେଟ ପୁଲ ୩୫୭, ଯାଜପୁର ୩୧୮,ଗଞ୍ଜାମ ୩୧୨, ଝାରସୁଗୁଡା ୩୦୬, ନୂଆପଡା ୨୯୦, ନବରଙ୍ଗପୁର ୨୮୨, ବଲାଙ୍ଗିର ୨୬୦ ହୋଇଛନ୍ତି । ସେହିପରି ମୟୁରଭଞ୍ଜ ୨୫୭, ରାୟଗଡା ୨୦୧, ନୟାଗଡ ୧୯୪, କେନ୍ଦ୍ରପଡା ୧୯୨, କେନ୍ଦୁଝର ୧୭୯, ଜଗତସିଂହପୁର ୧୬୮, ସୋନପୁରରୁ ୧୫୯, ଢେଙ୍କାନାଳ ୧୪୨, କୋରାପୁଟ ୧୩୦, ବୌଦ୍ଧ ୧୨୮, ଗଜପତି ୯୧, କନ୍ଧମାଳ ୬୯, ମାଲକାନାଗିରି ଓ ଦେବଗଡରୁ ୬୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୨ହଜାର ୪୦୦ରେ ପହଞ୍ଚିଛି ।

ସେହିପରି ୧୯ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁରୀ ଓ ଗଞ୍ଜାମରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗିର, କଟକ, ଦେବଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂକ୍ୟା ୨ହଜାର ୧୪୦କୁ ବୃଦ୍ଧି ଘଟିଛି । ସେପଟେ ସୁସ୍ଥ ହେଲେଣି ୪ଲକ୍ଷ ୨୩ହଜାର ୨୫୭ଜଣ । ଆକ୍ଟିଭ କେସ୍ ରହିଛି ୮୬ହଜାର ୯୫୦ ।

Leave A Reply

Your email address will not be published.