Masthead

କଙ୍ଗନାଙ୍କୁ କରୋନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ଼ରେ ଏବେ କରୋନା କାୟା । ଜଣେ ପରେ ଜଣେ ତାରକା ଏବେ କରୋନା ପଜିଟିଭ ହେବାରେ ଲାଗିଛନ୍ତି । ଆଜି ବଲିଉଡ଼ର ପଙ୍ଗା କୁଇନ କଙ୍ଗନା ରାଣାୱତ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ଏନେଇ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପଜିଟିଭ ଆସିବା ପରେ ଯୋଗ କରୁଥିବା ବେଳର ଏକ ଫଟୋ ଶେୟାର କରି ସଂକ୍ରମିତ ହେବା ପରର ଅନୁଭବକୁ ଲୋକଙ୍କୁ ଜଣାଇଛନ୍ତି ।

ସେ ଲେଖିଛନ୍ତି ଯେ, ପ୍ରଥମେ ତାଙ୍କୁ ଦୁର୍ବଳ ଅନୁଭବ ହେଲା । ଏହାଛଡ଼ା ଗତ କିଛି ଦିନ ହେବ ତାଙ୍କ ଆଖିରେ ସାମାନ୍ୟ ଜଳା ପୋଡ଼ା ଅନୁଭବ ହେଉଥିଲା । ସେ କରୋନା ଟେଷ୍ଟ କରାଇଥିଲେ ଏବଂ ତାହା ପଜିଟିଭ ଆସିଥିଲା । ଏହାପରେ ସେ ସଙ୍ଗରୋଧରେ ରହିଛନ୍ତି । ସେ ଲେଖିଛନ୍ତିି ଯେ, କରୋନାକୁ ଡରିଲେ ତାହା ଅଧିକ ଡରାଇବ । ତେଣୁ ଏହାକୁ ନଡରି ମୁକାବିଲା କରିବା ଆବଶ୍ୟକ । କରୋନା ଏକ ସାଧାରଣ ଫ୍ଲୁ ଯାହା ଲୋକଙ୍କ ଉପରେ ଚାପ ପକାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ