Masthead

କରଞ୍ଜିଆରେ ପୁଣି ହାତୀ ବିତ୍ପାତ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ଶୁଣୁନି ପ୍ରଶାସନ, କରଞ୍ଜିଆରେ ପୁଣି ହାତୀ ବିତ୍ପାତ । ହାତୀପଲ ଗାଁ ଭିତରେ ପଶି ଜଣେ ବୃଦ୍ଧଙ୍କୁ କୂଅକୁ ଠେଲି ଦେଇଥିବା ଜଣାପଡିଛି । କରଞ୍ଜିଆ ରେଞ୍ଜ କିଆ ଗାଁରେ ଘଟିଛି ଏହି ଅଘଟଣ । ଦୁର୍ବାସ ମହାନ୍ତ ନାମକ ଜଣେ ବୃଦ୍ଧ ଆଜି ସନ୍ଧ୍ୟାରେ ଘର ବାହାରେ ବୁଲୁଥିବା ସମୟରେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ । ଛତିଶଗଡି ହାତୀପଲ ଦୁର୍ବାସଙ୍କୁ ପାଖରେ ଥିବା ଏକ କୂଅକୁ ଠେଲି ଦେଇଥିଲେ । ଗୁରୁତର ଅବସ୍ଥାରେ କୂଅ ଭିତରୁ ସଂଗେ ସଂଗେ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକଲାରେ ଭର୍ତ୍ତି କରିଥିଲେ ।
ସୂଚନାଥାଉକି ହାତୀ ଉପଦ୍ରବକୁ ନେଇ ବାରବାର ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ଗତକାଲି ୫ଟି ଗାଁର ଲୋକେ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିଥିଲେ । ତା’ ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । କରଞ୍ଜିଆ ବିଧାୟିକା ସେହି ରାସ୍ତା ଦେଇ ବାରିପଦା ଯାଉଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇ ୭କିମି ଚଲାଇ ଚଲାଇ ନେଇ କ୍ଷତିଗ୍ରସ୍ତ ଘର, ପରିବା ଚାଷ, ଉଜୁଡ଼ା ଫସଲ ବୁଲାଇ ଦେଖାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ