କରଞ୍ଜିଆରେ ପୁଣି ହାତୀ ବିତ୍ପାତ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ଶୁଣୁନି ପ୍ରଶାସନ, କରଞ୍ଜିଆରେ ପୁଣି ହାତୀ ବିତ୍ପାତ । ହାତୀପଲ ଗାଁ ଭିତରେ ପଶି ଜଣେ ବୃଦ୍ଧଙ୍କୁ କୂଅକୁ ଠେଲି ଦେଇଥିବା ଜଣାପଡିଛି । କରଞ୍ଜିଆ ରେଞ୍ଜ କିଆ ଗାଁରେ ଘଟିଛି ଏହି ଅଘଟଣ । ଦୁର୍ବାସ ମହାନ୍ତ ନାମକ ଜଣେ ବୃଦ୍ଧ ଆଜି ସନ୍ଧ୍ୟାରେ ଘର ବାହାରେ ବୁଲୁଥିବା ସମୟରେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ । ଛତିଶଗଡି ହାତୀପଲ ଦୁର୍ବାସଙ୍କୁ ପାଖରେ ଥିବା ଏକ କୂଅକୁ ଠେଲି ଦେଇଥିଲେ । ଗୁରୁତର ଅବସ୍ଥାରେ କୂଅ ଭିତରୁ ସଂଗେ ସଂଗେ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକଲାରେ ଭର୍ତ୍ତି କରିଥିଲେ ।
ସୂଚନାଥାଉକି ହାତୀ ଉପଦ୍ରବକୁ ନେଇ ବାରବାର ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ଗତକାଲି ୫ଟି ଗାଁର ଲୋକେ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିଥିଲେ । ତା’ ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । କରଞ୍ଜିଆ ବିଧାୟିକା ସେହି ରାସ୍ତା ଦେଇ ବାରିପଦା ଯାଉଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇ ୭କିମି ଚଲାଇ ଚଲାଇ ନେଇ କ୍ଷତିଗ୍ରସ୍ତ ଘର, ପରିବା ଚାଷ, ଉଜୁଡ଼ା ଫସଲ ବୁଲାଇ ଦେଖାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’