Masthead

ଚମ୍ପଟ ମାରିଲା ଲମ୍ପଟ ପ୍ରେମିକ

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ବିବାହର ପ୍ରଲୋଭନ ଦେଖାଇ ଦଳିତ ଯୁବତୀଙ୍କୁ ଗର୍ଭବତୀ କଲେ ଯୁବକ । ପ୍ରଥମେ ଭଲ ପାଇବା, ପରେ ଶାରୀରିକ ସମ୍ପର୍କ ଆଉ ଏବେ ଧୋକା। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଳକୁଣ୍ଡ ପଞ୍ଚାୟତରୁ। ଅଭିଯୋଗ ଅନୁଯାୟୀ, ଅଳକୁଣ୍ଡ ପଞ୍ଚାୟତର ବାଗ ସାହି ଗ୍ରାମର କୁଳମଣି ଧଳଙ୍କ ପୁଅ ସତ୍ୟବ୍ରତ । ସେହିଗ୍ରାମର ଜନୈକ ଝିଅଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ନଅ ବର୍ଷ ଭଲ ପାଇବା ପରେ ବର୍ତ୍ତମାନ ଝିଅକୁ ଗର୍ଭବତୀ ସଜାଇ ଚମ୍ପଟ୍ ମାରିଛି ଲମ୍ପଟ ପ୍ରେମିକ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସତ୍ୟବ୍ରତଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ଯାହାର ପ୍ରମାଣ ସ୍ୱରୂପ ସେ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ମଧ୍ୟ ଦେଖାଉଛନ୍ତି।

କିନ୍ତୁ ଏବେ ରସିକ ନାଗର ପ୍ରେମିକ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଅନ୍ତସତ୍ୱା କରି ଫେରାର ହୋଇଯାଇଛି। ଯେଉଁଥିପାଇଁ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଏବଂ ପୀଡ଼ିତାଙ୍କ ପରିବାର। ପୀଡ଼ିତାଙ୍କ ପରିବାର ଅଭିଯୋଗ ଅନୁଯାୟୀ ସେ ହରିଜନ ଶ୍ରେଣୀର ହୋଇଥିବାରୁ ତାଙ୍କ ସହ ଏପରି ଅନ୍ୟାୟ କରିଛନ୍ତି ସଂପୃକ୍ତ ଯୁବକ । ସେପଟେ ସମ୍ପୃକ୍ତ ଯୁବକ ଫେରାର ଥିବାରୁ ଯୁବକଙ୍କ ବାପା ଏବଂ ଭାଇକୁ ଉଠାଇ ଆଣି ପଚରା ଉଚରା ଜାରି ରଖିଛି ବିଂଝାରପୁର ପୋଲିସ୍। ଅପର ପକ୍ଷରେ ଆରୋପକୁ ଖଣ୍ଡନ କରିଛନ୍ତି ଯୁବକଙ୍କ ପରିବାର ଲୋକେ। ମିଥ୍ୟା ଆରୋପ ଲଗାଯାଇ ତାଙ୍କୁ ଫସାଇ ଦିଆଯାଉଥିବା ଯୁବକଙ୍କ ଭାଉଜ କହିଛନ୍ତି। କିନ୍ତୁ ଗଣମାଧ୍ୟମ ହାତରେ ଲାଗିଥିବା ଫଟୋ ଏବଂ କଲ ରେକର୍ଡିଂ ଏହାର ଓଲଟା ଚିତ୍ର ବୟାନ କରୁଛି। ଏପରିକି ତାଙ୍କୁ ମାଡ଼ ମାରିଥିବା କଥା ଅଭିଯୋଗ ଆଣିଛନ୍ତି ପୀଡ଼ିତା। ସେପଟେ ଯଦି ନ୍ୟାୟନ ମିଳେ ପୀଡ଼ିତା ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା