Masthead

କରୋନା ମୁକ୍ତ ପରେ ରାସ୍ତାରେ ନାଚିଲେ ସ୍ପେନବାସୀ

ମାଦ୍ରିଦ(ବଡ଼ ଖବର ବ୍ୟୁରୋ): କରୋନା କବଳରେ ସାରା ବିଶ୍ୱ । ଆମେରିକା ପରେ ଭାରତର ସ୍ଥିତି ଗମ୍ଭୀର । ଏହା ସତ୍ତ୍ୱେ ବିଶ୍ୱରେ ବଡ଼ ବଡ଼ ରାଷ୍ଟ୍ର କରୋନା ଯୁଦ୍ଧରେ ଧୀରେ ଧୀରେ ବିଜୟ ହାସଲ କରୁଛନ୍ତି । ଇସ୍ରାଏଲ ପରେ ଏବେ ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଫଳରେ ଲୋକେ ରାତିରେ ନାଚଗୀତ ସହ ରାସ୍ତାରେ ସେଲିବ୍ରେସନ କରିଛନ୍ତି ଯାହା ଏ ଦୃଶ୍ୟ ବୟାନ କରୁଛି ।

ହଜାର ହଜାର ଲୋକ ଏକତ୍ରିତ ହୋଇ କିପରି ନାଚଗୀତରେ ମସଗୁଲ୍ ଅଛନ୍ତି । ସେ ପୁଣି ରାଜରାସ୍ତାରେ । ତେବେ ଆଶ୍ଚର୍ୟ୍ୟର କଥା ମାଦ୍ରିଦ ପୋଲିସ ପୁଏର୍ଟା ଡେଲ ସୋଲ ଛକ ବାହାରେ ଥିବା ଲୋକଙ୍କୁ ମାସ୍କ ନ ପିନ୍ଧି ନାଚିବାକୁ କହିଥିଲା । ଏହି ଦୃଶ୍ୟ ବୟାନ କରୁଥିଲା କୋଭିଡ ପୂର୍ବର ସ୍ଥିତି । ମହାମାରୀ ପୂର୍ବର ସମୟକୁ ମନେପକାଇଥିଲେ ସଭିଏଁ । ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ରକୂଳରେ ଏକାଠି ହୋଇଥିଲେ ।

ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକରେ ରବିବାରଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ । ଦୋକାନ ବଜାର ରାତି ୧୧ଟା ପର୍ୟ୍ୟନ୍ତ ଖୋଲାଯିବାକୁ ବି ନିଷ୍ପତ୍ତି ହୋଇଛି । ତଥାପି ଗୋଟିଏ ଟେବୁଲରେ ଚାରିଜଣ ବସିଖାଇବାର କଟକଣା ଅଛି । ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ୩୦ ପ୍ରତିଶତ ଲୋକଙ୍କୁ ଖାଇବାର ଅନୁମତି ଦିଆଯାଇଛି । ମାଦ୍ରିଦ ପୋଲିସ କହିଛି କର୍ଫ୍ୟୁ ଶେଷ ହୋଇଛି, ମାତ୍ର ମହାମାରୀ ହଟିନି । ଜଗିରଖି ଚଳିବାକୁ ପଡିବ । ଅଯଥା ଏଣେତେଣେ ନ ବୁଲି ଗାଇଡ ଲାଇନ ମାନି ଚାଲିବାକୁ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି