Masthead

ଓଡ଼ିଶାରେ ପ୍ରଥମ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ ବା ବ୍ଲାକଫଙ୍ଗସ । ଦିଲ୍ଲୀ, ଗୁଜୁରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସୋମବାର ରାଜ୍ୟର ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ହୋଇଛି ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ ଭୂତାଣୁ । ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ବହୁ ପରୀକ୍ଷା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ତେବେ ରୋଗୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

୭୧ ବର୍ଷ ବୟସ୍କ ଏହି ରୋଗୀ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ । ଗତ ୨୦ ତାରିଖରେ ସେ କୋଭିଡ଼ରେ ସଂକ୍ରମିତ ହୋଇ ଘରେ ସଙ୍ଗରୋଧରେ ରହୁଥିଲେ । ତେବେ ତାଙ୍କ ଆଖି ଫୁଲିବା ସହ ନାକରୁ କଳାପାଣି ବୋହିଥିଲା । ତେଣୁ ସେ ଶନିବାର ଚିକିତ୍ସା ପାଇଁ ଆସିଥିଲେ । ପରୀକ୍ଷାରୁ ତାଙ୍କଠାରେ ବ୍ଲାକ ଫଙ୍ଗସ ରୋଗ ଥିବା ଜଣାପଡ଼ିଥିଲା । ତେବେ ସେ ଘରେ ଥିବା ସମୟରେ ବହୁ ଦିନଧରି ବ୍ୟବହାର ହୋଇନଥିବା ଏକ ଏୟାର କୁଲର ବ୍ୟବହାର କରିଥିଲେ । ଏହାର ପାଣି ମଧ୍ୟ ବଦଳାଯାଇ ନଥିଲା । ଯେଉଁଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ରୋଗୀଙ୍କ ନମୁନାକୁ ଅଧିକ ପରୀକ୍ଷା ପାଇଁ ପଠାଯାଇଛି । ତେବେ ଚିହ୍ନଟ ହୋଇଥିବା ରୋଗୀ ଜଣକ ମଧୁମେହ ରୋଗରେ ପୀଡ଼ିତ ଥିବାରୁ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କୁହାଯାଇଛି । ତେବେ ପୂରୁଣା ଏୟାର କୁଲର ବ୍ୟବହାର ମଧ୍ୟ ସଂକ୍ରମଣର କାରଣ ହୋଇଥାଇ ପାରେ ବୋଲି କୁହାଯାଇଛି ।

ବ୍ଲାକ ଫଙ୍ଗସର ଲକ୍ଷଣ:-
ଡାକ୍ତରଙ୍କ କହିବାନୁଯାୟୀ ବ୍ଲାକ ଫଙ୍ଗସ ହେଲେ ଆଖି ଫୁଲିବା ସହ ନାଲି ପଡ଼ିଯାଏ, ମୁଣ୍ଡ ବିନେ୍ଧ, ନାକରୁ କଳାରଙ୍ଗର ପାଣି ବାହାରିଥାଏ ଓ ପାଟିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ହିଁ ଏହାର ଚିକିତ୍ସା ହେବା ନିହାତି ଦରକାର । ଡାଇବେଟିସ, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ ଫଙ୍ଗସ ଆକ୍ରମଣର ସମ୍ଭାବନା ରହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ