Masthead

ବି,୧.୬୧୭ଭୂତାଣୁ ଭାରତରେ ଆତଙ୍କ ଖେଳାଉଛି

(ବଡ଼ ଖବର ବ୍ୟୁରୋ): ଅଦୃଶ୍ୟ ଭୂତାଣୁ କରୋନା ତା’ର ରୂପ ବଦଳାଇବାରେ ଲାଗିଛି । ଏହି ନୂତନ ଷ୍ଟ୍ରେନର ସଂକ୍ରମଣ କ୍ଷମତା ଢେର ଅଧିକ । କରୋନାର ଦ୍ୱିତୀୟ ଲହର ଭାରତରେ ଅତି ଦ୍ରୁତଗତିରେ ବ୍ୟାପୁଥିବାରୁ ଏହି ନୂତନ ଷ୍ଟ୍ରେନ ଦାୟୀ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଭାରତ ସହିତ ଆଉ କିଛି ଦେଶର କରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ କରୋନା ବିପର୍ଯ୍ୟୟ ଲାଗିରହିଥିବା ବେଳେ ତୃତୀୟ ଲହରକୁ ନେଇ ସରକାର ଓ ଦେଶବାସୀ ଆତଙ୍କିତ ହୋଇପଡିଲେଣି ।

ଏଭଳି ସ୍ଥିତିରେ ହୁର ମୁଖ୍ୟ ବୈଜ୍ଞାନିକମାନେ କହିଛନ୍ତି, ଭାରତରେ କରୋନାର ବି,୧.୬୧୭ ଭୂତାଣୁ ଖାଲି ଭରତର ନୁହେଁ, ସମଗ୍ର ବିଶ୍ୱର ଚିନ୍ତା ବଢାଇଦେଇଛି । ଏହି ଭୂତାଣୁ ଦ୍ରୁତଗତିରେ ପ୍ରସାରିତ ହୁଏ । ଯଥାଶୀଘ୍ର ଏହାର ବଂଶ ବିସ୍ତାର ମଧ୍ୟ ହୋଇଥାଏ । ବି,୧.୬୧୭ ଭୂତାଣୁ ୨୦୨୦ରେ ଚିହ୍ନଟ ହୋଇଥିଲା । ହୁର ମୁଖ୍ୟ ବୈଜ୍ଞାନିକ ସୋମିଆ ସ୍ୱାମୀନାଥନ୍ କହିଛନ୍ତି, କରୋନା ଓ କରୋନା ଟିକା ସମ୍ପର୍କରେ ଭାରତରେ ଅଧ୍ୟୟନ କରାଯାଇନାହିଁ । ଏବେ ଭାରତ ଓ ଅନ୍ୟାନ୍ୟ ଦେଶରେ କରୋନାର ସ୍ଥିତି ଓ ଟିକାର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଉଛି । ଖୁବଶୀଘ୍ର ତଥ୍ୟ ପ୍ରକାଶ ପାଇବ ।

ହୁ ସହ ଯଡିତ ଡା.ମାରିଆ କେରଖୋଭେ କହିଛନ୍ତି ଭାରତରେ ଦେଖାଦେଇଥିବା ବି.୧.୬୧୭ ଭୂତାଣୁ ସମ୍ପର୍କରେ ଅନୁଧ୍ୟାନ ପାଇଁ ହୁ ଆଗ୍ରହ ପ୍ରକାଶ କରିଛି । ହୁର ସର୍ଭେ ଅନୁସାରେ ଏହି ଭୂତାଣୁ ଭାରତ ସମେତ ଆଉ କିଛି ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼