ପରଲୋକରେ ସବନମ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): କରୋନାରେ ଆଖି ବୁଜିଲେ ରାଜ୍ୟର ଆଉ ଜଣେ ସାମ୍ବାଦିକା । ରେଡିଓ ତଥା ଟେଲିଭିଜନ ଉପସ୍ଥାପିକା ସବନମ୍ ସିରିନଙ୍କ ପରଲୋକ | କୋରୋନାରେ ସଂକ୍ରମିତ ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏହାପରେ ସେ କରୋନା ପଜିଟିଭ ହୋଇଥିଲେ । ସବନମ ଭଏସ ଅଫ୍ ସୋଆ କମ୍ୟୁନିଟି ୯୦.୪ ରେ ଆରଜେ ଭାବରେ କାର୍ୟ୍ୟରତ ଥିଲେ | ରେଡିଓ ସହ ସେ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମରେ ମଧ୍ୟ କାମ କରିଛନ୍ତି । ସିରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ସବନମ ସିରିନ ଇଗନୋରୁ ଜର୍ଣ୍ଣାଲିଜିମ କରିଥିଲେ । ସେ କେବଳ ଜଣେ ଦକ୍ଷ ସାମ୍ବାଦିକା ନୁହଁନ୍ତି ଭଲ ମଣିଷଟିଏ ମଧ୍ୟ ଥିଲେ । ଏଭଳି ଜଣେ ଦକ୍ଷ ସାମ୍ବାଦିକାଙ୍କୁ ହରାଇବା ସାମ୍ବାଦିକ ଜଗତର ଏକ ବିରାଟ କ୍ଷତି । ଏହାପୂର୍ବରୁ ରାଜ୍ୟରେ ବହୁ ସାମ୍ବାଦିକଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ