ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଭଲ ଖବର, ପଢ଼ନ୍ତୁ ପୁରା ଖବର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅନୁପଯୁକ୍ତ ଖାଦ୍ୟ, ମାନସିକ ଚାପ ଓ ବ୍ୟସ୍ତ ଜୀବନଶୈଳୀ ଅନେକ ରୋଗର କାରଣ । ସେଥିମଧ୍ୟରୁ ଉଚ୍ଚ ରକ୍ତଚାପ ଅନ୍ୟତମ। ଉଚ୍ଚ ରକ୍ତଚାପ ଏବେ ସମସ୍ତଙ୍କ ପାଇଁ ସମସ୍ୟା । ଉଚ୍ଚ ରକ୍ତଚାପ ସମୟରେ ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ । ହୃଦୟ ଧମନୀ ରକ୍ତଚାପ କରି ଶରୀରରେ ପଠାଇଥାଏ । ରକ୍ତଚାପ ଅଧିକ ବଢିଲେ, ଧମନୀ ଉପରେ ଚାପ ପଡିଥାଏ । ଏହି ରୋଗ ନିୟନ୍ତ୍ରଣ ପାଇଁ ରହିଛି ବିଭିନ୍ନ ଘରୋଇ ଉପଚାର ।

ରକ୍ତଚାପ ହ୍ରାସ ପାଇଁ ଆମେ ଅଳେଇଚ ଓ ହଳଦୀକୁ ପ୍ରତ୍ୟହ ବ୍ୟବହାର କରିପାରିବା । ହଳଦୀରେ କରକ୍ୟୁମିନ ଅଛି ଯାହା ରକ୍ତ କଣିକାକୁ ସଂଚାଳିତ କରିଥାଏ । ଅଳେଇଚ ରକ୍ତ ଧମନୀକୁ ପ୍ରସାରଣ କରିଥାଏ ।ଯାହାଦ୍ୱାରା ରକ୍ତ ପ୍ରବାହ ସହଜ ହୋଇ ଥାଏ ।

ଆବଶ୍ୟକ ସାମଗ୍ରୀ- ହଳଦୀଗୁଣ୍ଡ
ଏକ ଚାମଚ ହଲଦୀଗୁଣ୍ଡ କୁ ଉଷୁମ ପାଣିରେ ଗୋଳି ପ୍ରତିଦିନ ପିଇଲେ ଉଚ୍ଚ ରକ୍ତଚାପ ରୋଗ ନିୟନ୍ତ୍ରଣକୁ ଆସେ । ହଳଦୀଗୁଣ୍ଡ କୁ ଗୁଳା କରି ମଧ୍ୟ ଖାଇ ପାରିବେ ।

ଆବଶ୍ୟକ ସାମଗ୍ରୀ – ଅଳେଇଚ
ଅଳେଇଚଗୁଣ୍ଡ ଏକ ଚାମଚ , ମହୁ ଏକ ଚାମଚ ଓ ଏକକପ ଗରମ ପାଣିକୁ ମିଶ୍ରଣ କରି ପ୍ରତିଦିନ ସେବନ କରିପାରିବେ। ମଧୁମେହ ରୋଗୀ କେବଳ ଅଳେଇଚ ଗୁଣ୍ଡ ଓ ଗରମ ପାଣି ମିଶ୍ରଣ କରି ସେବନ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!