Masthead

ପଥରା ଵୃଦ୍ଧାଶ୍ରମ ସଂସ୍ଥାପକଙ୍କ ଅକାଳ ବିୟୋଗ

ଓଡଗାଁ (ବଡ଼ ଖବର ବ୍ୟୁରୋ): ପରଲୋକରେ ପଥରା ଵୃଦ୍ଧାଶ୍ରମ ସଂସ୍ଥାପକ ଶଶୀ ଭୂଷଣ ଅଚାରୀ । ନୟାଗଡ଼ ଜିଲ୍ଲା ଓଡଗାଁ ନିକଟସ୍ଥ ପଥରା ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ତଥା ଵୃଦ୍ଧାଶ୍ରମ ସଂସ୍ଥାପକ ଶଶୀ ଭୂଷଣ ଅଚାରୀଙ୍କ ହୃଦଘାତରେ ସୋମବାର ରାତିରେ ପରଲୋକ ହୋଇଯାଇଛି । ସେ ତିନିମାସ ତଳେ ବିଶାଖାପାଟଣାରେ ହୃଦରୋଗ ଜନିତ ଚିକିତ୍ସା ସହିତ ଅସ୍ତ୍ରୋପଚାର କରି ଘରେ ବିଶ୍ରାମ ନେଉଥିଲେ । ହେଲେ ସୋମବାର ଅସୁସ୍ଥ ହେବାରୁ ଭୁବନେଶ୍ୱର ଚିକିତ୍ସା ପାଇଁ ନେବାବେଳେ ଆକ୍ସିଜେନ ଅଭାବରୁ ହୃଦଘାତରେ ହିଁ ସେ ମୃତ୍ୟୁ ବରଣ କରିଥିବା ପରିବାର ସୂତ୍ରରୁ ଜଣାଯାଇଛି । ସେ ନିଜର ସ୍ୱଳ୍ପ ରୋଜଗାର ଓ ଲୋକ ସମ୍ପର୍କରୁ ଵୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଭରଣ ପୋଷଣ କରୁଥିଲେ । ସ୍ବର୍ଗତ ଆଚାରୀଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଵୃଦ୍ଧାଶ୍ରମରେ ହିଁ ମଙ୍ଗଳବାର ତାଙ୍କ ମର ଶରୀରକୁ ମହାସମାଧି ଦିଆଯାଇଥିବା ପୁତ୍ର ଅରୁଣ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ