Masthead

କରୋନା କାଳରେ ଜୀବନକୁ ବାଜି ଲଗାଉଛନ୍ତି ନର୍ସ, ଉତ୍ସର୍ଗ ହୋଇଛି ଗୋଟିଏ ଦିନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିପଦ ହୋଇଛି ମହାମାରୀ । ଜାରି ରହିଥିବା ଦ୍ୱିତୀୟ ଲହରରେ ପ୍ରତିଦିନ ସଂକ୍ରମିତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ବହୁ ରୋଗୀ ଘରେ ଚିକିତ୍ସିତ ହେଉଥିବା ବେଳେ ଅଧିକାଂଶ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମୟ ଏମିତି ଯେ, ନିଜ ଲୋକମାନେ ବି ସାହା ହୋଇପାରୁନାହାନ୍ତି । ଆଉ ହସ୍ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନେ ହିଁ ରୋଗୀଙ୍କ ସାହାରା ପାଲଟିଛନ୍ତି । ଗୁରୁତର ରୋଗୀଙ୍କୁ ବଞ୍ଚାଇବା ପାଇଁ ଅହରହ ସଂଘର୍ଷ କରୁଛନ୍ତି ସେମାନେ । ରୋଗୀମାନେ ତ ସଂଘର୍ଷ କରୁଛନ୍ତି । କିନ୍ତୁ ନିଜ ଜୀବନକୁ ବାଜିରେ ଲଗାଇ ରୋଗୀଙ୍କ ଜୀବନ ଫେରାଇ ଆଣିବାକୁ ବି ସଂଘର୍ଷ କରୁଛନ୍ତି ନର୍ସ ।

କରୋନାର ଏପରି ସମୟରେ କିଛି ନର୍ସ କୋଭିଡ଼ ୱାର୍ଡରେ କାର୍ଯ୍ୟ କରୁଥିବା କାରଣରୁ ଦୀର୍ଘ ଏକ ବର୍ଷ ହେବ ନିଜ ପରିବାରକୁ ଭେଟି ନଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ସେମାନଙ୍କର ଏହି ତ୍ୟାଗ, ସଂଘର୍ଷ ହିଁ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛି । ପ୍ରତିବର୍ଷ ମେ ୧୨ତାରିଖରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି । ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ୧୯୭୪ରୁ ‘ଅନ୍ତର୍ଜାତୀୟ ନର୍ସ ଦିବସ’ ଭାବେ ପାଳନ କରାଯାଉଛି ।

କରୋନା ମୁକାବିଲାରେ ନର୍ସ ମାନେ ସବୁବେଳେ ଆଗରେ ରହିଆସିଥାନ୍ତି । ଗବେଷକ ମାନେ ପ୍ରୟୋଗଶାଳାରେ ଭୂତାଣୁ ସହ ଯୁଦ୍ଧ କରୁଥିବା ବେଳେ ଭୂତାଣୁ ବହନ କରୁଥିବା ଅସଂଖ୍ୟ ରୋଗୀଙ୍କ ସେବାରେ ନର୍ସମାନେ ନିୟୋଜିତ ରହିଛନ୍ତି । ମହାମାରୀ ସମୟରେ ସେମାନଙ୍କ ତ୍ୟାଗ ଅପୂରଣୀୟ । ଏଭଳି ମହାନ ସମ୍ମୁଖ ଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ନର୍ସ ଦିବସର ଶୁଭେଚ୍ଛା ଓ ଶୁଭକାମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା