Masthead

ବର୍ଷେ ହେଲା ପଡ଼ିରହିଛି ମୃତ ଦେହ

(ବଡ଼ ଖବର ବ୍ୟୁରୋ): ବର୍ଷେ ହେଲା ପଡ଼ି ରହିଛି କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତଙ୍କ ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ । କରୋନାର ପ୍ରଥମ ଲହରରେ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା । ପ୍ରାଣ ହରାଇଥିଲେ ହଜାର ହଜାର ରୋଗୀ । ଆଉ ରୋଗୀଙ୍କ ମୃତ ଦେହକୁ ରଖିବା ପାଇଁ ହସ୍ପିଟାଲ ପରିସରରେ ଯାଗା ମଧ୍ୟ ମିଳୁନଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶବକୁ ଦୀର୍ଘଦିନ ପାଇଁ ସାଇତି ରଖିବାକୁ ଅସ୍ଥାୟୀ ବ୍ୟବସ୍ଥା କରିଥିଲା ।

ରେଫ୍ରିଜରେଟର ସୁବିଧା ଥିବା ଟ୍ରକରେ ଶବ ଗୁଡ଼ିକୁ ରଖାଯାଇଥିଲା । ତେବେ ଏହା ମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଶବଗୁଡ଼ିକ ପଡ଼ିରହିଛି । ପାଖାପାଖି ୭୫୦ ଶବ ଏପର୍ଯ୍ୟନ୍ତ ପଡ଼ି ରହିଛି । ଏନେଇ ନ୍ୟୁୟର୍କ ନଗର ପରିଷଦ ସ୍ୱାସ୍ଥ୍ୟ କମିଟି ସୂଚନା ଦେଇଛି । ତେବେ ମୃତ ଦେହ ଗୁ୍ଡ଼ିକୁ ଆମେରିକାର ହାର୍ଟ ଦ୍ୱିପରେ କବର ଦେବାକୁ ପ୍ରଶାସନ ଯୋଜନା କରିଛି । ମୃତ କୋଭିଡ଼ ରୋଗୀଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି । ଅନୁମତି ମିଳିଲେ ସବୁ ମୃତ ଦେହକୁ କବର ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି