Masthead

ମନୋଜ ଦାସଙ୍କ ଅସ୍ଥି ବିସର୍ଜନ ବିବାଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଦ୍ମଭୂଷଣ ମନୋଜ ଦାସ । ବିଶ୍ୱରେ ତାଙ୍କୁ କିଏ ବା ନଜାଣେ । ତାଙ୍କର ଦେହାନ୍ତ ଖବର ପ୍ରଚଳିତ ପରେ ସବୁ ଆଡ଼େ ସ୍ତବ୍ଧ ହୋଇଯାଇଥିଲେ ମନୋଜ ପ୍ରେମୀ । ତାଙ୍କ ଜନ୍ମପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ବେଳେ ସେ ଜାଗାରେ କେବଳ ହୋଡିଂକୁ ନେଇ ମନୋଜ ପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ସେଭଳି ହୋଡିଂ ଏପର୍ଯ୍ୟନ୍ତ ସୁଧାର ଆସିନଥିବା ବେଳେ ଏବେ ପୁଣି ତାଙ୍କ ଅସ୍ତିକୁ ନେଇ ବଢୁଛି ବିବାଦ ।

ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କଥାକାର , ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ତଥା ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନର ପ୍ରମୁଖ ବ୍ୟାଖ୍ୟାକାର ପଦ୍ମ ବିଭୂଷଣ ମନୋଜ ଦାସ । ୨୦୨୧ ଏପ୍ରିଲ ୨୭ ତାରିଖରେ ପୁଡୁଚେରୀରେ ଦେହତ୍ୟାଗ କରିଥିଲେ । ଏବଂ ସେହି ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପରେ ପରେ ବାଲେଶ୍ୱର ଭୋଗରାଇ ଶଙ୍ଖାରି ଗ୍ରାମରେ ଥିବା ତାଙ୍କର ଜନ୍ମମାଟିର ପୈତୃକ ବାସବଭନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ ପୀଠ ଭାବେ ପରିଣତ କରି କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏହାରି ଭିତରେ ପ୍ରାୟ ୨ ବର୍ଷ ବିତିବା ପରେ ଏବେ ପଦ୍ମବିଭୂଷଣ ମନୋଜ ଦାସଙ୍କ ଅସ୍ତି ଏ ପର‌୍ୟ୍ୟନ୍ତ ରଖାଯାଇଛି ବୋଲି ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ଗାଁ ଗହଳି  ପର୍ଯ୍ୟନ୍ତ ବଢିଛି ଚର୍ଚ୍ଚା ।

ଏଭଳି ଚର୍ଚ୍ଚାକୁ ନେଇ ଅସ୍ତି ଓ ଚିତା ଭସ୍ମ ରଖିବା ବିରୋଧରେ ପୁରୀ ଜିଲ୍ଲା କୋଣାର୍କ ଥାନା ବନଖଣ୍ଡି ଗ୍ରାମର ମନୋଜ ପ୍ରେମୀ ସଂଜୟ କୁମାର ବରାଳ ଭୋଗରାଇ ଥାନାରେ ମେଲ ଯୋଗେ ଅଭିଯୋଗ କରଛନ୍ତି । ଶ୍ରୀ ବରାଳ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଶଙ୍ଖାରି ଗ୍ରାମର ସୁବାସ ଦାସ ନାମକ ଜଣେ ବ୍ୟକ୍ତି ପ୍ରଖ୍ୟାତ ଲେଖକ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ମନୋଜ ଦାସଙ୍କ ଅସ୍ତି ଓ ଚିତାଭସ୍ମ ରଖିଥିବା ଗଣମାଧ୍ୟମରୁ ଜଣାଯାଇଚି । ୨ ବର୍ଷ ଧରି ଗୋପନରେ ଜଣେ କିମ୍ବଦନ୍ତୀ ପୁରୁଷଙ୍କ ଅସ୍ତି ରଖିବା ଏକ ଅପରାଧମୂଳକ ଆଇନବିରୋଧୀ ଓ ଆପତ୍ତିଜନକ କାର୍ଯ୍ୟ ତଥା ଜଣେ ପଦ୍ମ ସମ୍ମାନରେ ସମ୍ମାନିତ ପ୍ରତିଭାଙ୍କ ପ୍ରତି ଚରମ ଅପମାନ ।

ଏହା ଏକ ପ୍ରତାରଣାମୂଳକ ତଥା ହିନ୍ଦୁ ସଂସ୍କୃତି ବିରୋଧୀ କାର୍ଯ୍ୟ । ଏହା ଲକ୍ଷ ଲକ୍ଷ ମନୋଜ ପ୍ରେମୀଙ୍କ ମଧ୍ୟରେ ଗଭୀର ମାନସିକ ଆଘାତ ଦେଇଛି । ତେବେ ଏହାକୁ ନେଇ ବିବାଦ ବଢିଥିବା ବେଳେ ସୁବାସ ଦାସ କହିଛନ୍ତି ମଣ୍ଟୁ ଭାଇ (ମନୋଜ ଦାସ) ମୋ ପ୍ରେରଣାର ଉତ୍ସ ଥିଲେ । ମୁ ତାଙ୍କର ବେଶ ଘନିଷ୍ଠ ଥିଲି । ପୁଦୁଚେରୀ ଆଶ୍ରମରେ ତାଙ୍କର ଦେହାନ୍ତ ପରେ ମୋର ଭାଇ ସନତ ଦାସ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଶ୍ରୀ ଦାସ ମୁଖାଗ୍ନି ଦେଇଥିବା ମୁ ଖବର ପାଇ ତାଙ୍କୁ ମନୋଜ ବାବୁଙ୍କ ଅସ୍ତି ଓ ଚିତାଭସ୍ମ ଆଣିବାକୁ କହିବା ପରେ ଶ୍ରୀ ଦାସ ମୋତେ ଆଣି ଦେଇଥିବାରୁ ସେହି ଦିନ ଠାରୁ ତାଙ୍କ ଅସ୍ତି ମୋ ପାଖରେ ରହିବା ପରେ ତାଙ୍କର ଅନୁପସ୍ଥିତି ଅନୁଭତ ହୁଏ ନାହିଁ । ଶଙ୍ଖାରି ଗ୍ରାମରେ ମନୋଜ ପ୍ରେମୀକୁ ନେଇ ଗଢ଼ି ଉଠିଥିବା ମନ୍ମଥ ମନୋଜ ଫାଉଣ୍ଡେସନ ପାଖରେ ଏଭଳି ଖବର ପହଂଚିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଆସନ୍ତା ୧୫ ଅଗଷ୍ଟରେ ବଙ୍ଗୋପସାଗରରେ ପଦ୍ମବିଭୂଷଣ ମନୋଜ ଦାସଙ୍କ ଅସ୍ତିକୁ ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍