Masthead

କେବୁଲ ଟିଭି ଓ ଇଣ୍ଟରନେଟ କର୍ମଚାରୀଙ୍କୁ ‘କରୋନା ଯୋଦ୍ଧା’ ମାନ୍ୟତା କେବେ ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଜନତାଦଳ ୟୁନାଇଟେଡ଼ (ଜେଡିୟୁ) ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟ ରାଜ୍ୟରେ ଥିବା ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ‘କରୋନା ଯୋଦ୍ଧା’ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ, କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନେ ଜନସାଧାରଣଙ୍କ ସେବାରେ ନିୟୋଜିତ କରି ନିଜ କର୍ତବ୍ୟ ସମ୍ପାଦନା କରନ୍ତି ।

ଏହି ‘ମହାମାରୀ’ ସମୟରେ କେତକ ‘କେବୁଲ ଟିଭି ଅପରେଟର’ ଓ ସେମାନଙ୍କ କର୍ମଚାରୀଙ୍କ ଅକାଳ ମୃତ୍ୟୁ ହେଲାଣି । ସେମାନେ ଅନ୍ୟମାନଙ୍କ ଭଳି ପ୍ରକୃତ ଯୋଦ୍ଧା । ସେମାନଙ୍କ ପ୍ରତି ସରକାର ଓ ଅନ୍ୟ ରାଜନୈତିକ ଦଳ ବୈମାତୃକ ଭାବ ପ୍ରଦର୍ଶନ କରିବା ଉଚିତ ନୁହଁ । ସରକାର ଥରେ ଚିନ୍ତା କରନ୍ତୁ, ଯଦି କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀ ମହାମାରୀ ସମୟରେ କାର୍ୟ୍ୟ କରୁନଥାନ୍ତେ ତେବେ ‘ଲକଡାଉନ’ ଓ ‘ସଟଡାଉନ’ ସମୟରେ ଜନସାଧାରଣ ଘରେ ଆବଦ୍ଧ ହୋଇ ଅଶ୍ଵସ୍ତିକର ଅନୁଭବ କରିପାରୁନଥାନ୍ତେ କି ? ତୁରନ୍ତ ଏହି କର୍ମଚାରୀ ମାନଙ୍କୁ ‘କରୋନା ଯୋଦ୍ଧା’ ଘୋଷଣା କରିବାକୁ ଶ୍ରୀ ରାଉତରାୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି