Masthead

ନଗଡ଼ାରେ ବଡ଼ ଖବର

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଭୋକର ଭୂଗୋଳ ଯାଜପୁର ଜିଲ୍ଳା ନଗଡ଼ାରେ ବଡ଼ ଖବର । ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁ ଓ ସେମାନଙ୍କ ପରିବାରର ସଦସ୍ୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ବଡ଼ ଖବର ତା’ର ସାମାଜିକ ଦାୟିତ୍ୱବୋଧକୁ ତୁଲାଇବାକୁ ଯାଉଛି ।

ସୋମବାରଠାରୁ ତଳ ନଗଡ଼ା, ଉପର ନଗଡ଼ା, ମଝି ନଗଡ଼ା, ନାଲିଆଡାକ, ଗୋହିଆଶୋଳ, ଅଶୋକଝର, ପୁରୁଣାପାଣି, କାଞ୍ଜିଆପାଳରେ ବଣ୍ଟାଯିବ ଶୁଖିଲା ଖାଦ୍ୟ । ପ୍ରତିଦିନ ୫୦୦ ଲୋକଙ୍କୁ ବଣ୍ଟାଯିବ ଚାଉଳ, ଡାଲି, ବିସ୍କୁଟ, ହଳଦୀଗୁଣ୍ଡ, ଲୁଣ ପ୍ରଭୃତି । ବଡ଼ ଖବରର ଏହି ବଡ଼ ଅଭିଯାନରେ ସାମିଲ ହୋଇଛି ସତାର ସ୍ମୃତି ସଂସଦ ।

ଦୀର୍ଘ ୨୦ବର୍ଷ ହେବ ସମାଜସେବାରେ ସାମିଲ୍ ହୋଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସତାର ସ୍ମୃତି ସଂସଦ ବଡ଼ ଖବର ଅଭିଯାନରେ ସାମିଲ ହୋଇଥିବାରୁ ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସଂସଦର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!