Masthead

ସରକାରୀ ସାହାଯ୍ୟ ଅପେକ୍ଷାରେ ଦୁଇ ଦିବ୍ୟ।ଙ୍ଗ ଭାଇ

ଭଦ୍ରକ:ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ. ଏ କଥା ଆମେ କହୁନୁ ଏ ଦୃଶ୍ୟ ଯାହା କହୁଛି. ଦୀର୍ଘ 26 ବର୍ଷ ଧରି ଚାଳ ଛପର ଘରେ ପଡି ମୃତ୍ୟୁ ସହ ସଂଘର୍ଷ କରୁଥିବା ଦିବ୍ୟାଙ୍ଗ ପୁଅର ସେବା କରି ଆସୁଛନ୍ତି ବାପା ମା.କେବଳ ଭିନ୍ନକ୍ଷମ ଭତା ଛଡା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ .ଏପଟେ ମୁଣ୍ଡ ଗୁଞ୍ଜିବାକୁ ଯେଉଁ ଖଣ୍ଡିଏ ଘରଟିଏ ଥିଲା ତାହା ବନ୍ୟାରେ ସମ୍ପୂର୍ଣ ଭାଙ୍ଗି ଯାଇଛି. ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଏବେ ବଂଚିବାକୁ ରାହା ଖୋଜୁଛନ୍ତି ପ୍ରଶାନ୍ତ ଆଉ ତାଙ୍କ ପରିବାର.
ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଧୂଷୁରୀ ବାହାରବିଲ ଗ୍ରାମରେ ରହୁଥିବା ପ୍ରଶାନ୍ତ ରାଉତ ଦିନ ମଜୁରିଆ ଓଳିଏ ଖାଇଲେ ଓଳିଏ ଉପାସ. ଏବେ ଦିବ୍ୟାଙ୍ଗ ଦୁଇ ପୁଅଙ୍କ ଚିନ୍ତାରେ ଦିନ କାଟୁଛନ୍ତି ବାପା . ବଡ଼ ପୁଅ ଶୁଭେନ୍ଦୁ(27) ଦୀର୍ଘ 26 ବର୍ଷ ଧରି ସମ୍ପୂର୍ଣ ଅକର୍ମଣ୍ୟ ହୋଇ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏପଟେ ସାନ ପୁଅ ସତେନ୍ଦୁ (23)ମଧ୍ୟ ମାନସିକ ବିଶାରଦ ଗ୍ରସ୍ତ. ପ୍ରତିଦିନ ରାଜମିସ୍ତ୍ରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦୁଇ ପୁଅଙ୍କ ଉପଯୁକ୍ତ ଚିକିସ୍ୟା କରି ପାରୁ ନାହାନ୍ତି ବାପା .ଯାହା ଦୁଇ ପଇସା ରାଜାଗାର କରୁଛନ୍ତି ତାହା ସମୁଦ୍ର କୁ ଶଙ୍ଖେ. ବହୁ ଦୁଃଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି. ଜ଼ିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକଙ୍କୁ ନିଜର ଦୁଃଖ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କେହି ଶୁଣିନଥିବାର କହିଛନ୍ତି ପ୍ରଶାନ୍ତଙ୍କ ପରିବାର.ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପ୍ରଶାନ୍ତଙ୍କ ପରିବାର ଲୋକେ.

ଦୀର୍ଘ ବର୍ଷ ଧରି ପ୍ରଶାନ୍ତଙ୍କ ଦୁଇ ପୁଅ ଦିବ୍ୟାଙ୍ଗ ହୋଇ ଭଙ୍ଗା ଘରେ ଜୀବନ ବିତାଉଥିବା ବେଳେ ନା ଅଛି କୌଣସି ସରକାରୀ ସୁବିଧା ନା ଅଛି ଖଣ୍ଡିଏ ଟ୍ରାଇ ସାଇକେଲ. ସେହିପରି ଚଳିତ ବନ୍ୟାରେ ପ୍ରଶାନ୍ତଙ୍କ ଘର ସପୂର୍ଣ ଭାଙ୍ଗି ଯାଇଥିବା ବେଳେ କୋଣସି ସରକାରୀ ସାହାଯ୍ୟ ମିଳିନାହିଁ ପ୍ରଶାନ୍ତଙ୍କ ପରିବାରକୁ.ଅନ୍ୟ ପଟେ ସାନ ପୁଅ ପାଠ ପଢି ଏଥର ଦଶମ ଶ୍ରେଣୀ ରେ 292 ମାର୍କ ରଖି ପାସ କରିଛି ତାଙ୍କ ପାଇଁ ମଧ୍ୟ କୌଣସି ସୁବିଧା ଯୋଗାଇ ଦିଆ ଯାଇନାହିଁ।
ଯଥା ଶୀଘ୍ର ପ୍ରଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି.

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ