Before Header

୧୦ ପ୍ରକାରର ବ୍ରାଣ୍ଡ, ଯାହା ଆପଣ ଭାବୁଥିବେ ଭାରତୀୟ ; କିନ୍ତୁ ପ୍ରକୃତରେ ନୁହେଁ!

0 129

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଜାରରେ ଅନେକ ପ୍ରକାରର ବ୍ରାଣ୍ଡ ରହିଛି । କେତେକ ବ୍ରାଣ୍ଡ ଅଛି ଯାହାକି ଭାରତର ଏକ ଅଂଶ ମାତ୍ର । ହେଲେ ସେହି ବ୍ରାଣ୍ଡର ପ୍ରକୃତ ମାଲିକ କିଏ ତାହା ଆମେ କେବେବି ପ୍ରଶ୍ନ କରିନାହୁଁ । ଆମେ ଅନୁମାନ କରୁ ଯେ ଏହା ଭାରତୀୟ, କିନ୍ତୁ ସତ କିଛି ଅଲଗା । ହଁ , ଏବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ଯେ, କେତେକ ସାଧାରଣ ବ୍ରାଣ୍ଡ ଯାହାକୁ ଆମେ ଭାରତୀୟ ବୋଲି ଭାବୁଛୁ ପ୍ରକୃତରେ ତାହା ଭାରତୀୟ ନୁହେଁ । ଚାଲନ୍ତୁ ଜାଣିବା ସେହି ବିଷୟରେ  :-

୧. ବାଟା
ବଡ ଠୁ ଛୋଟ ସହର ପର୍ୟ୍ୟନ୍ତ ବାଟା ସୋ’ ରୁମକୁ ସମସ୍ତେ ପସନ୍ଦ କରିଥାନ୍ତି । ନିସନ୍ଦେହରେ ଭାରତର ପ୍ରିୟ ବ୍ରାଣ୍ଡ ମଧ୍ୟରୁ ଏହା ଗୋଟିଏ । ଫୁଟୱିୟର ଭାବେ ଏହା ସମସ୍ତଙ୍କର ପସନ୍ଦ । କିନ୍ତୁ ଏହା ଭାରତୀୟ ବ୍ରାଣ୍ଡ ନୁହେଁ । ବାଟାର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଲୋଜାନରେ ଅଛି । ଏହି କମ୍ପାନୀ ୧୮୯୪ ମସିହା ଅଗଷ୍ଟ୨୪ ରେ ପ୍ରତିଷ୍ଠିତ ହୋଇଥିଲା ।

୨.ୟୁନିଲିଭର
ସାବୁନ୍, ଡିଟରଜେଣ୍ଟ, କଫି କିମ୍ବା ଆଇସ୍କ୍ରିମ୍ ସବୁକିଛି ଏହି ସାଇଡ଼ରେ ଉପଲବ୍ଧ ଥାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅଛି । ୧୯୨୯ ମସିହା ସେପ୍ଟେମ୍ବର ୨ ରେ ଏହା ପ୍ରତିଷ୍ଠା ହୋଇଥିଲା । ହିନ୍ଦୁସ୍ତାନ ୟୁନିଲିଭର ଏହାର ଅଂଶୀଦାର ଅଟେ ।

୩. କୋଲଗେଟ
ପ୍ରାୟ ପ୍ରତ୍ୟେକ ଭାରତୀୟ ଏହି ଟୁଥପେଷ୍ଟ ବ୍ରାଣ୍ଡକୁ ବ୍ୟବହାର କରିଥାନ୍ତି । କାହିଁ କେତେ ସମୟରୂୁ ଏହାକୁ ଆମେ ବ୍ୟବହାର କରିଆସୁଛୁ । ତେଣୁ ଏହାକୁ ଭାରତୀୟ ବ୍ରାଣ୍ଡ ବୋଲି ଆମେ ଭାବିଥାଉ । କିନ୍ତୁ ଏହା ଭାରତୀୟ ବ୍ରାଣ୍ଡ ନୁହେଁ । କୋଲଗେଟର ମୁଖ୍ୟ କାର୍ଯ୍ୟାଳୟ ନୁୟଅର୍କରେ ଅଛି । ୧୮୦୬ ମସିହାରେ ଏହା ପ୍ରତିଷ୍ଠିତ ହୋଇଥଲା । ଏହାର ଫାଉଣ୍ଡର ହେଉଛନ୍ତି ୱିଲିୟମ କୋଲଗେଟ।

୪. ରେନୋଲଡ୍ସ
ଭାରତରେ ରେନୋଲଡ୍ସ ବଲ୍ ପଏଣ୍ଟ ପେନ୍ ସମସ୍ତେ ବ୍ୟବହାର କରନ୍ତି । ହେଲେ ଏହାର ମୁଖ୍ୟାଳୟ ଆମେରିକାରେ ଅବସ୍ଥିତ । ୧୯୪୫ ମସିହାରେ ମିଲଟନ୍ ରେନୋଲ୍ଡ ଆମେରିକାରେ ପ୍ରଥମ ବଲ୍ ପଏଣ୍ଟ ପେନ୍ ବାହାର କରିଥିଲେ । ଏହି ବ୍ରାଣ୍ଡ ସବୁ ଦେଶରେ ପ୍ରାୟ ଉପଲବ୍ଧ ।

୫. ଭେସ୍ପା
ଭେସ୍ପା ସ୍କୁଟର ଏକ ଇଟାଲୀୟ ବ୍ରାଣ୍ଡ । ପ୍ରଥମେ ଭାରତରେ ଭେସ୍ପା ପାଇଁ ବଜାଜକୁ ଲାଇସେନ୍ସ ଦିଆଯାଇଥିଲା । ୧୯୪୬ ମସିହା ୨୩ ଏପ୍ରିଲ ରେ ଏହା ପ୍ରତିଷ୍ଠା କରାଯାଇଥିଲା ।

୬ . ବୁଷ୍ଟ
ଏନର୍ଜି ଡ୍ରିଙ୍କ ବୁଷ୍ଟର ଆଡଭରଟାଇଜମେଣ୍ଟରେ ଆମେ ସଚିନ ତେନ୍ଦୁଲକରଙ୍କ ସହ ଅନ୍ୟ ଷ୍ଟାରମାନଙ୍କୁ ଦେଖିଛୁ । ଏହାକୁ ଦେଖିଲା ପରେ ସମସ୍ତେ ଏହାକୁ ଭାରତୀୟ ବ୍ରାଣ୍ଡ ଭାବନ୍ତିି । ମାତ୍ରଏହାର ମାଲିକାନା ସ୍ୱିଜରଲ୍ୟାଣ୍ଡରେ ଅଛି । ୨୦୦୧ ମସିହାରେ ଆଦମ ହଣ୍ଟରଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା ।

୭. ମ୍ୟାଗି
ଏହା ପ୍ରତ୍ୟେକ ଭାରତୀୟ ପରିବାର ଖାଇବାକୁ ପସନ୍ଦ କରିଥାନ୍ତି । ଏବେ ଭାରତରେ ପତଞ୍ଜଳି କଂପାନୀ ମଧ୍ୟ ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କଲାଣି ।ହେଲେ ମ୍ୟାଗି ଉତ୍ପାଦନର ମୂଳ ସ୍ଥାନ ହେଉଛି ସ୍ୱିଜରଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡର ବହୁରାଷ୍ଟ୍ରୀୟ କମ୍ପାନୀ ନେସଲେ ର ଏହା ଅନ୍ତର୍ଭୁକ୍ତ ।

୮. ଲାଇଫବୋୟ
ପ୍ରତ୍ୟେକ ଭାରତୀୟ ଲାଇଫବୋୟ ବିଷୟରେ ଜାଣନ୍ତି । ଏହା ଭାରତରେ ସମସ୍ତେ ବ୍ରବହାର କରନ୍ତି । କିନ୍ତୁ ଏହା ଭାରତର ବ୍ରାଣ୍ଡ ନୁହେଁ । ଏହା
ୟୁନିଲିଭରର ଅନ୍ତର୍ଭୁକ୍ତ । ୧୮୯୫ ମସିହାରେ ପ୍ରତିଷ୍ଠା ହୋଇଥିବା ମୁଖ୍ୟ କଂପାନୀ ଇଂଲଣ୍ଡରେ ଅଛି ।

୯. ନେସଲେ
ନେସଲେ ହେଉଛି ଖାଦ୍ୟ ଏବଂ ପାନୀୟ କମ୍ପାନୀ । ଯାହାକି ସବୁ ଦେଶରେ ଖୁବ ପରିଚିତ । ପ୍ରକୃତରେ ଏହା ଭାରତୀୟ କମ୍ପାନୀ ନୁହେଁ । ଏହା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଅଟେ ଯାହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡରରେ ଅବସ୍ଥିତ ।

୧୦. ଷ୍ଟାର୍ ଟିଭି
ଷ୍ଟାର ସାଟେଲାଇଟ୍ ଟେଲିଭିଜନ ଏସୀୟ ଅଞ୍ଚଳରେ ପ୍ରକାଶିତ ହୁଏ । ଏହା ଏକବିଂଶ ଶତାବ୍ଦୀରୁ ଆମେରିକୀୟ ବହୁରାଷ୍ଟ୍ରୀୟ ଗଣମାଧ୍ୟମ ରେ ଦେଖାଦେଇଛି । ଏହା ୨ଟି ୟୁନିଟରେ ଗଠିତ ହୋଇଛି । ଇଣ୍ଡିଆନ୍ ଷ୍ଟାର୍ ଗ୍ରେଟର ଚାଇନା ଏବଂ ଫକ୍ସ ଇଣ୍ଟରନ୍ୟାସନାଲ ଚ୍ୟାନେଲ ଏସିଆ ।

Leave A Reply

Your email address will not be published.