Masthead

ଠିକା କାମକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ପିଜୁଳି ବଗିଚା ଠିକା କାମକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ । ଉଦ୍ୟାନ ବିଭାଗ ଫାର୍ମ ଫାଟକ ସମ୍ମୁଖରେ ଧାରଣା ଦେଲା ବିଜେପି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦନମୋଦରପୁର -ବୋତଲଣ୍ତ ମୈାଜାକୁ ଲାଗିଥିବା ଉଦ୍ୟାନ ବିଭାଗର ପିଜୁଳି ବଗିଚା ଠିକାକାମକୁ ନେଇ ଜିଲ୍ଲା ପ୍ରଶାସନ ୬୦ କୋଟିରୁ ଉର୍ଦ୍ଧ୍ବ ଅର୍ଥ ମଞୀୁର କରିଥିଲେ । ଏହାକୁ ନେଇ ପ୍ରଥମ ପର୍ଯ୍ୟାୟରେ ପଡିଆ ସଫା ଜାରି ରହିଥିବା ବେଳେ ପ୍ରଥମେ ବିଜେପିର ଗୋଟିଏ ଗୋଷ୍ଠୀ ୨ ଟି ଜେସିବି କାମରେ ନିୟଜିତ କରିଥିଲା ।

ପରେ ବିଜେଡିର କିଛି ଲୋକ ସ୍ଥାନୀୟ ବିଧାୟକଙ୍କ ପାଖରୁ କାମ କରିବାର ଲେଖା ଆଣିଥିବା କହି ବିଜେପି ଗୋଷ୍ଠୀର ମେସିନ୍କୁ ବନ୍ଦ କରି ଏକା ସାଙ୍ଗରେ ୬ ଟି ମେସିନ୍ କାମରେ ନିୟୋଜିତ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଅଶାନ୍ତି ସୃଷ୍ଟ ହେବା ସହ ବିଜେଡି ଓ ବିଜେପି କାର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇôଥଲା । ପରେ ଏ ଘଟଣା ଥାନାକୁ ଯାଇଥିଲା । ମାତ୍ର ଥାନାରେ ଏହାର ସମାଧାନ ନହେବାରୁ ବିଜେପି ସମର୍ଥକମାନେ ସୁକିନ୍ଦା ଦମୋଦରପୁର ଉଦ୍ୟାନ ବିଭାଗ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ