Masthead

ପୁରୀ ପରେ ଫୁଲବାଣୀରେ ସାମ୍ବାଦିକଙ୍କୁ ଆକ୍ରମଣ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ପୁରୀ ପରେ ଫୁଲବାଣୀରେ ଖାକିରେ ଲାଗିଲା କଳଙ୍କ। ଚତୁର୍ଥ ସ୍ତମ୍ବକୁ ଚାପି ଦେବାକୁ ପ୍ରୟାସ। ନାଲିଆଖି ଦେଖାଇଲେ, ଗାଳିଗୁଲଜ କଲେ, ପରେ ମାଡ ବି ମରାଇଲେ ପୋଲିସ ବାବୁ। ଖାକି ପଛର ସତକୁ ସାମ୍ନାକୁ ଆଣି ମାଡ଼ ଖାଇଲେ ସାମ୍ବାଦିକ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ପୋଲିସ ଅଧିକାରୀଙ୍କ ଦବଙ୍ଗ ଗିରି। ଏସଆଇ ଦୀପକ ସାମନ୍ତସିଂହାରଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ୧୯ ତାରିଖ ରାତିରେ ଗଣମାଧ୍ୟମ ପ୍ରତିନିଧି ସ୍ଥିତି ପରଖି ଗ୍ରାଉଣ୍ଡ ଜିରୋରୁ ନ୍ୟୁଜ ସଂଗ୍ରହ କରୁଥିଲେ। ନିଜ ଅବହେଳା ଲୋକ ଲୋଚନକୁ ଆସିବା ଭୟରେ ଡ୍ୟୁଟିରେ ଥିବା ଏସଆଇ ଦୀପକ ସାମନ୍ତସିଂହାର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କ ମୋବାଇଲ ଛଡାଇନେଇଥିଲେ। ପରେ ଆଜି ତାଙ୍କୁ ଲୋକ ଲଗାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ବି ପୋଲିସ ଚୁପ ବସିଛି। ତେବେ ଏ ଘଟଣାକୁ ସାମ୍ବାଦିକ ମହଲରେ ଦୃଢ ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’