Masthead

ପୁରୀ ପରେ ଫୁଲବାଣୀରେ ସାମ୍ବାଦିକଙ୍କୁ ଆକ୍ରମଣ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ପୁରୀ ପରେ ଫୁଲବାଣୀରେ ଖାକିରେ ଲାଗିଲା କଳଙ୍କ। ଚତୁର୍ଥ ସ୍ତମ୍ବକୁ ଚାପି ଦେବାକୁ ପ୍ରୟାସ। ନାଲିଆଖି ଦେଖାଇଲେ, ଗାଳିଗୁଲଜ କଲେ, ପରେ ମାଡ ବି ମରାଇଲେ ପୋଲିସ ବାବୁ। ଖାକି ପଛର ସତକୁ ସାମ୍ନାକୁ ଆଣି ମାଡ଼ ଖାଇଲେ ସାମ୍ବାଦିକ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ପୋଲିସ ଅଧିକାରୀଙ୍କ ଦବଙ୍ଗ ଗିରି। ଏସଆଇ ଦୀପକ ସାମନ୍ତସିଂହାରଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ୧୯ ତାରିଖ ରାତିରେ ଗଣମାଧ୍ୟମ ପ୍ରତିନିଧି ସ୍ଥିତି ପରଖି ଗ୍ରାଉଣ୍ଡ ଜିରୋରୁ ନ୍ୟୁଜ ସଂଗ୍ରହ କରୁଥିଲେ। ନିଜ ଅବହେଳା ଲୋକ ଲୋଚନକୁ ଆସିବା ଭୟରେ ଡ୍ୟୁଟିରେ ଥିବା ଏସଆଇ ଦୀପକ ସାମନ୍ତସିଂହାର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କ ମୋବାଇଲ ଛଡାଇନେଇଥିଲେ। ପରେ ଆଜି ତାଙ୍କୁ ଲୋକ ଲଗାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ବି ପୋଲିସ ଚୁପ ବସିଛି। ତେବେ ଏ ଘଟଣାକୁ ସାମ୍ବାଦିକ ମହଲରେ ଦୃଢ ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର