Masthead

କୋଭିଡ଼ ଯୋଦ୍ଧାଙ୍କୁ ନ୍ୟାୟ ଦିଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ଼ ଦ୍ୱିତୀୟ ଲହର ପାଇଁ ସ୍ୱାର୍ଥକୁ ବଳି ଦେଇ ଜୀବନ ଯୁଦ୍ଧରେ ବାହାରିପଡ଼ିଛନ୍ତି ଲୋକଙ୍କ ସେବାରେ ଓଡ଼ିଶା ପାରାମେଡିକାଲ ଷ୍ଟାଫ ଆସୋସିଏସନର କର୍ମଚାରୀ । ପାରାମେଡିକାଲ ଷ୍ଟାଫଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୧୫ଦିନ ହେବ ଧାରଣାରେ ବସିଥିଲେ ଏହି କର୍ମଚାରୀବୃନ୍ଦ । କିନ୍ତୁ ଏହା ମଧ୍ୟରେ ସରକାରଙ୍କ ତରଫରୁ କୌଣସି ଆଲୋଚନା ତ ଦୂରର କଥା, ଶାସକ ଦଳର କୌଣସି ସଦସ୍ୟ ତାଙ୍କ ଦାବିକୁ କର୍ଣ୍ଣପାତ ବି କରିନାହାନ୍ତି । ବିଭିନ୍ନ ମାଧ୍ୟମରେ ନିଜ ଦାବି ସରକାରଙ୍କ ପାଖରେ ପହଞ୍ଚାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରଥମେ ନିଜେ ଭଦ୍ରକରେ ଏବଂ ପରେ ଲୋୟର ପିଏମ୍‌ଜିରେ ଗାନ୍ଧୀ ମାର୍ଗଠାର ଭିକ୍ଷାବୃତ୍ତି କରିବାଠାରୁ ନେଇ ସରକାରଙ୍କ ଅନ୍ତେଷ୍ଟି କ୍ରିୟା କରିବା ଭଳି ଅଭିନବ ପ୍ରତିବାଦ ମଧ୍ୟ ଜଣାଇଛନ୍ତି ଏହି କର୍ମଚାରୀ ।

ଏହାଛଡ଼ା ଏହି କଥାକୁ ମୁଖ୍ୟମନ୍ତ୍ରୀଙ୍କ କାନରେ ପହଞ୍ଚାଇବା ପାଇଁ ୧୪୦ କି.ମି.ର ପଦଯାତ୍ରା କରି ମଧ୍ୟ ଅସଫଳ ହୋଇଛନ୍ତି । ହେଲେ କରୋନା ମହାମାରୀର ଦ୍ଵିତୀୟ ଲହର ରାଜ୍ୟବାସୀଙ୍କୁ କାବୁ କରିଥିବା ବେଳେ ଏହି ଆଗ ଧାଡ଼ିର ପାରା ମେଡ଼ିକାଲ ଯୋଦ୍ଧା ମାନେ ନିଜ ଜୀବନକୁ ପାଣି ଛଡ଼ାଇ ପୂର୍ନବାର ସରକାରଙ୍କ ୧୮ ଦିନ, ୧ ମାସ, ୨ ମାସ, ୩ ମାସ ଭଳି ଅସ୍ଥାୟୀ ଡାକରାରେ ଜନସାଧାରଣ ଓ ଖୋଦ ସରକାରଙ୍କ ସ୍ଵାର୍ଥକୁ ଦୃଷ୍ଟିକୁ ଲକ୍ଷ ରଖି ଜୀବନ ଯୁଦ୍ଧକୁ ଲମ୍ଫ ପ୍ରଦାନ କରିଛନ୍ତି । କେଉଁ ଜିଲାରେ ୨୫% ତ କେଉଁ ଜିଲ୍ଲାରେ ୧୦୦% ପିଲା ନିୟୋଜିତ କରିଥିଲେ ହେଁ ଏଯାବତ ରାଜ୍ୟରେ ୩୦ ରୁ ୪୦ ପ୍ରତିଶତ ପିଲା ବେରୋଜଗାର ହୋଇ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ