Masthead

ପ୍ରାକୃତିକ ବିପର୍ଯ୍ୟୟ ମଣିଷ ପାଇଁ ଶିକ୍ଷା କି?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରକୃତି ଓ ପ୍ରାକୃତିକ ସମ୍ବଳକୁ ନଷ୍ଟ କରିବାରେ ଲାଗିଛି ମନୁଷ୍ୟ । କୁହାଯାଏ ସମୁଦ୍ରକୁ ଯାହା ପକାଯାଏ ସେ ଫେରାଇ ଦିଏ । ସେହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ । ବାତ୍ୟା ତାଉତେର ପ୍ରଭାବ କମି ସାରିଛି । ଅନେକ ନିଖୋଜ ଅଛନ୍ତି ଅନେକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ବାତ୍ୟା ତାଉତେର ପ୍ରଭାବରେ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଯାହା କି ମଣିଷ ବ୍ୟବହାର କରି ସମୁଦ୍ର ମଧ୍ୟକୁ ଫୋପାଡ଼ିଦେଇଥିଲା । ସେହିି ଅଳିଆ ଆବର୍ଜନା ସହ ସମ୍ପୂର୍ଣ୍ଣ ମାନବ ଜଗତକୁ ଏକ ବଡ଼ ଶିକ୍ଷା ମଧ୍ୟ ଦେଇଛି ବାତ୍ୟା ତାଉତେ । ପ୍ରଳୟ ବାତ୍ୟା ପରେ ମୁମ୍ବାଇବାସୀ ସେ ସବୁ ଫେରି ପାଇଛନ୍ତି ଯାହା ସେମାନେ ସମୁଦ୍ର ମଧ୍ୟରେ ଫୋପାଡ଼ି ଏହାକୁ ଦୂଷିତ କରିଥିଲେ । ଏହି ଅଳିଆକୁ ଦେଖିଲେ ଏପରି ଲାଗୁଛି ଏହା ସମୁଦ୍ର ବେଳାଭୂମି ନୁହେଁ କୌଣସି ଅଳିଆ ଗଦା । ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ ମାନବ ସମାଜକୁ ଏକ ଉଚିତ ଶିକ୍ଷା ଦେଇଛି । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବହୁ ଧନ ଜୀବନ ନଷ୍ଟ ହେଉଛି । ବହୁ କ୍ଷୟ କ୍ଷତି ହେଉଛି, ଅନେକ ଲୋକ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହି ବିପର୍ଯ୍ୟୟ ମାନବ ସମାଜ ପାଇଁ ଏକ ଶିକ୍ଷା ମଧ୍ୟ ।

ଆମେ ପ୍ରକୃତି ସହ ଯେଉଁଭଳି ବ୍ୟବହାର କରୁଛେ ପ୍ରକୃତି ମଧ୍ୟ ଆମକୁ ତାହା ଫେରସ୍ତ କରୁଛି । ମାନବ ସଭ୍ୟତା ଯେଉଁଭଳି ଭାବେ ଦିନକୁ ଦିନ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛି, ଏଥିରେ ବୃକ୍ଷଲତାଠାରୁ ଆରମ୍ଭ କରି ନଦୀ, ନାଳ, ବାୟୁମଣ୍ଡଳ ଆଦି ଅତ୍ୟନ୍ତ କ୍ଷତିଗ୍ରସ୍ତ ହେଉଛି । ତେଣୁ ସେମାନେ ମଧ୍ୟ ବେଳେ ବେଳେ ମନୁଷ୍ୟ ସମାଜ ଉପରେ ଦାଉ ସାଜୁଛନ୍ତି । ବିଭିନ୍ନ ବିପର୍ଯ୍ୟୟ ମାଧ୍ୟମରେ ମନୁଷ୍ୟକୁ ଉଚିତ ଶିକ୍ଷା ଦେଉଛନ୍ତି । ତେବେ ଆଗକୁ ଯେପରି ପରିବେଶକୁ ଦୂଷିତ ନକରି ବର୍ଜ୍ୟବସ୍ତୁର ସଠିକ ଉପଯୋଗ କରିବା ସେ ନେଇ ଶିକ୍ଷା ଦେଇଛି ବାତ୍ୟା ତାଉତେ । କେବଳ ଏହି ବାତ୍ୟା ନୁହେଁ, ବିଭିନ୍ନ ସମୟରେ ହେଉଥିବା ପ୍ରଳୟଙ୍କରୀ ବନ୍ୟାରେ ମଧ୍ୟ ନଦୀ ମଧ୍ୟରୁ ବହୁ ଅଳିଆ ଭାସିଆସି ଜନସମାଜ ମଧ୍ୟରେ ଗଦା ହୋଇଯିବାର ଦୃଶ୍ୟ ନଜରକୁ ଆସିଛି । ଯାହାଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି । ଆମେ ପ୍ରକୃତି ସହିତ ଯେଉଁଭଳି ବ୍ୟବହାର କରିବା, ପ୍ରକୃତି ମଧ୍ୟ ଆମ ସହିତ ସେହିଭଳି ବ୍ୟବହାର କରିବ । ଏହାହିଁ ବୁଝିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା