Masthead

ଟିକାକୁ ନେଇ ଆଶ୍ୱସ୍ତିର ଖବର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅନେକ ଦେଶରେ ଟିକାର ଘୋର ଅଭାବ ରହିଛି । ଗଣଟିକାକରଣ ଚାଲୁଥିବାରୁ ଆବଶ୍ୟକ ପରିମାଣର ଟିକା ଯୋଗାଇ ହେଉନି । ଟିକାର ଗୋଟିଏ ଡୋଜ ନେଇ ସାରି ଅନେକ ଲୋକ ଦ୍ୱିତୀୟ ଡୋଜକୁ ଅପେକ୍ଷା କରି ରହିଛନ୍ତି । ଆଉ ଏହି ସମସ୍ୟା ଦୂର କରିବା ପାଇଁ ଟିକାର ଦୁଇଟି ଡୋଜର ମାତ୍ରା ମଧ୍ୟରେ ବ୍ୟବଧାନକୁ ମଧ୍ୟ ବଢ଼ାଇ ଚାଲିଛନ୍ତି । ଯେଉଁ କାରଣରୁ ସରକାରଙ୍କୁ ଦୃଢ଼ ସମାଲୋଚନାର ମଧ୍ୟ ସାମ୍ନା କରିବାକୁ ପଡ଼ୁଛି । ତେବେ ବର୍ତ୍ତମାନ ବିଜ୍ଞାନ ସମ୍ବନ୍ଧୀୟ ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ସରକାରଙ୍କୁ ସମାଲୋଚନାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବିଶେଷଜ୍ଞ କହିଲେଣି, ଟିକାର ଦୁଇଟି ଡୋଜର ବ୍ୟବଧାନ ବଢ଼ିବା ଦ୍ୱାରା ଶରୀରରେ ୩ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି ।

ଅର୍ଥାତ ବିଳମ୍ବରେ ଦ୍ୱିତୀୟ ଡୋଜ ନେବା ଦ୍ୱାରା ହିଁ ଭୂତାଣୁ ବିରୋଧରେ ଲଢ଼ିବାକୁ ଶରୀରରେ ବିପୁଳ ଆଣ୍ଟିବଡି ବିକଶିତ ହୋଇପାରୁଛି । ପ୍ରଥମ ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ଟିକା ନେବାକୁ ଦିଆଯାଇଥିବା ସମୟସୀମା ବଢ଼ାଇବାରୁ ୩୦୦ପ୍ରତିଶତ ଯାଏ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇ ପାରୁଛି । ଏହି ତଥ୍ୟ ଜନସ ହପକିନସ ସ୍କୁଲ ଅଫ ପବ୍ଲିକ ହେଲଥ ଅଧୀନ ସ୍ୱାସ୍ଥ୍ୟ ସୁରକ୍ଷା କେନ୍ଦ୍ରର ଗବେଷଣାରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ଭାରତ ସରକାର ମଧ୍ୟ ଟିକାର ବ୍ୟବଧାନ ୩ରୁ ୪ ସପ୍ତାହରୁ ୬ରୁ ୮ସପ୍ତାହକୁ ବୃଦ୍ଧି କରିଦେଇଛନ୍ତି । ଫଳରେ ଆଗାମୀ ଅଗଷ୍ଟ ମାସ ଶେଷ ସୁଦ୍ଧା ଦେଶରେ ସମସ୍ତ ନାଗରିକ ଟିକାର ପ୍ରଥମ ଡୋଜ ନେଇପାରିବେ ବୋଲି ଆଶା ରଖିଛନ୍ତି ସରକାର । ତେବେ ଏହି ଗବେଷଣା ଅନୁଯାୟୀ, ଟିକାର ପ୍ରଥମ ଡୋଜ ନେବା ପରେ ହିଁ ଶରୀରରେ ଭୂତାଣୁ ବିରୋଧରେ ଆଣ୍ଟିବଡି ବିକଶିତ ହେବା ଆରମ୍ଭ ହୁଏ । ଡୋଜର ପ୍ରତିକ୍ରିୟା ପରିପକ୍ୱ ହେବାକୁ ଯେତେ ଅଧିକ ସମୟ ଲାଗିବ, ଦ୍ୱିତୀୟ ଡୋଜର ପ୍ରତିକ୍ରିୟା ସେତେ କ୍ଷିପ୍ର ହୋଇପାରିବ । ଏହା ସବୁପ୍ରକାର ଟିକା ପାଇଁ ପ୍ରଜୁଯ୍ୟ ବୋଲି ବରିଷ୍ଠ ଗବେଷକ ଗିଗି ଗ୍ରୋଭେଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା