ଅଶୁଭ ଅକ୍ଟୋବର: ଓଡ଼ିଶା ଆଡ଼କୁ ମାଡ଼ିଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ମାସ ଓଡ଼ିଶା ପାଇଁ ସବୁବେଳେ ଅଶୁଭ ସାବ୍ୟସ୍ତ ହୋଇଛି। ପୂର୍ବରୁ ଏହି ମାସରେ ଓଡ଼ିଶାରେ ତାଣ୍ଡବ ରଚିଛି ତିନି ତିନୋଟି ବାତ୍ୟା। ୧୯୯୯ ମହାବାତ୍ୟା ପରେ ୨୦୧୩ରେ ବାତ୍ୟା ଫାଇଲିନ୍ ଏବଂ ୨୦୧୪ରେ ବାତ୍ୟା ହୁଡହୁଡ୍ ଓଡ଼ିଶାବାସୀଙ୍କ ମେରୁଦଣ୍ଡକୁ ଏକପ୍ରକାର ମୋଡ଼ିମକଚି ଦେଇଛି। ୧୯୯୯ ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲା ଏରସମା-କୁଜଙ୍ଗ-ପାରାଦୀପ ଉପକୂଳରେ ମାଡ଼ ହୋଇଥିଲା ମହାବାତ୍ୟା (ସୁପରସାଇକ୍ଲୋନ)। ପାଖାପାଖି ୩୦୦ରୁ ଊର୍ଦ୍ଧ୍ୱ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ସ୍ଥଳଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସିବାରୁ ହଜାର ହଜାର ଲୋକଙ୍କ ଜୀବନ ନେଇଥିଲା ଏହି ମହାବାତ୍ୟା।

ଜଗତସିଂହପୁର ସମେତ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରଭୂତ କ୍ଷତି ଘଟାଇଥିଲା ଏହି ବାତ୍ୟା। ସେହିପରି ୨୦୧୩ ଅକ୍ଟୋବର ୧୨ରେ ଓଡ଼ିଶାର ଗୋପାଳପୁରଠାରେ ମାଡ଼ ହୋଇଥିଲା ଅତି ଭୟଙ୍କର ବାତ୍ୟା (ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ଫାଇଲିନ୍। ପ୍ରାୟ ୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଗଜପତି ଆଦି ଜିଲ୍ଲାରେ ତାଣ୍ଡବ ରଚିଥିଲା ଏହି ବାତ୍ୟା। ଏହାର ଠିକ୍ ବର୍ଷକ ପରେ ଅର୍ଥାତ୍ ୨୦୧୪ ଅକ୍ଟୋବର ୧୨ରେ ଅତି ଭୟଙ୍କର ବାତ୍ୟା (ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଲ୍ୟାଣ୍ଡଫଲ କରିଥିଲା। ଏହା ଆନ୍ଧ୍ରପ୍ରଦେଶ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିଲା।

ଏବେ ଓଡ଼ିଶା ପ୍ରତି ଆଉ ଏକ ବାତ୍ୟା ବିପଦ ସୃଷ୍ଟି ହୋଇଛି। ଆସନ୍ତା ୯ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ସହ ବାତ୍ୟା ରୂପ ନେବା ପରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର କରିପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପୂର୍ବାନମାନ କରିଛି। ତେବେ ଏପର୍ୟ୍ୟନ୍ତ ବାତ୍ୟାର ଶକ୍ତି ସମ୍ପର୍କରେ ଆକଳନ କରାଯାଇ ପାରି ନାହିଁ। ୧୦ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଏହି ବାତ୍ୟା ଅକ୍ଟୋବର ୧୩ରୁ ୧୪ ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳର କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି। ୧୦ ତାରିଖ ପରେ ବାତ୍ୟାର ଭୟାବହତା ଆକଳନ କରାଯାଇ ସତର୍କ ସୂଚନା ଦିଆଯିବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’