Masthead

ବାତ୍ୟାକୁ କେଉଁଠି କଣ କୁହାଯାଏ? ଏବଂ କେଉଁବାତ୍ୟାରେ ହୋଇଥିଲା ସର୍ବାଧିକ କ୍ଷୟକ୍ଷତି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୃଥିବୀ ଗୋଲାର୍ଦ୍ଧର ମଝି ଭାଗରେ ଥିବା ମହାସାଗର ମାନଙ୍କରେ ହିଁ ସାଧାରଣତଃ ବାତ୍ୟା ଦେଖିବାକୁ ମିଳେ । ତେବେ ଏହାର କିନ୍ତୁ ଭିନ୍ନ ଭିନ୍ନ ନାଁ ରହିଛି । ଭାରତ ମହାସାଗରରେ ଦେଖାଦେଉଥିବା ବାତ୍ୟାକୁ ସାଇକ୍ଲୋନ କୁହାଯାଏ । ସେହିପରି ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବା ସାଉଥ ଚାଇନା ସମୁଦ୍ରରେ ଦେଖାଦେଉଥିବା ଘୂର୍ଣ୍ଣିବଳୟକୁ ଟାଇଫୁନ କୁହାଯାଇଥାଏ । ଆଟଲାଣ୍ଟିକ ଏବଂ ଉତ୍ତର ପୂର୍ବ ଦେଶ ଗୁଡ଼ିକରେ ଘୂର୍ଣ୍ଣିବଳୟ ଏହାକୁ ହରାଇକେନ କୁହାଯାଏ । ତେବେ ୨୦୧୯ରେ ଭାରତରେ ୧୨ଟି ଡିପ୍ରେସନ, ୧୧ଟି ଡିପ ଡିପ୍ରେସନ, ୮ଟି ସାଇକ୍ଲୋନିକ ଷ୍ଟର୍ମ, ୬ଟି ସିଭିଅର ସାଇକ୍ଲୋନିକ ଷ୍ଟର୍ମ, ୬ଟି ଏକ୍ସେଟ୍ରେମଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ । ଗୋଟିଏ ସୁପର ସାଇକ୍ଲୋନିକ ଷ୍ଟର୍ମ ହୋଇଥିଲା । ଯାହାକି ଭାରତ ମହାସାଗରରେ ହୋଇଥିବା ସବୁଠାରୁ ଅଧିକ ବାତ୍ୟା ହୋଇଥିବା ବର୍ଷ ମଧ୍ୟରେ ତୃତୀୟ ।

ତେବେ ୧୯୭୦ରେ ହୋଇଥିବା ବାତ୍ୟାରେ ରେକର୍ଡ଼ ସଂଖ୍ୟକ କ୍ଷୟକ୍ଷତି ଓ ମୃତ୍ୟୁ ହୋଇଥିଲା । ଉତ୍ତର-ପୂର୍ବ ଭାରତ ମହାସାଗରରେ ଏହି ବାତ୍ୟା ଦେଖାଦେଇଥିଲା । ପୂର୍ବ ପାକିସ୍ତାନ ବା ଏବେର ବାଲାଂଦେଶ ରେ ଲ୍ୟାଣ୍ଡଫଲ କରିଥିଲା ଏହି ବାତ୍ୟା । ଯାହାର ନାଁ ଥିଲା ଭୋଲା । ଏଥିରେ ପାଖାପାଖି ୫ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବାତ୍ୟାରେ ଘଣ୍ଟାପ୍ରତି ୧୮୫କିଲୋମିଟର ବେଗରେ ପବନ ମଧ୍ୟ ବହିଥିଲା । ଉନ୍ନତ ଜ୍ଞାନକୌଶଳର ଅଭାବ କାରଣରୁ ଏତେ ସଂଖ୍ୟକ କ୍ଷୟକ୍ଷତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ