Masthead

ପ୍ରଣବ କଲେ ସରପଞ୍ଚଙ୍କ ମାନ ଭଞ୍ଜନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ):  ମିଳିଲାନି ସମ୍ମାନ । ପ୍ରଶାସନ ଦ୍ୱାରା ଅପମାନିତ ହେବାରୁ ଇସ୍ତଫା ଦେଇଥିଲେ କେନ୍ଦୁଝର ସଦର ବ୍ଲକ ବରଦାପାଳ ପଞ୍ଚାୟତ ସରପଞ୍ଚଞ୍ଚ ଗଶେଶ ମୁଣ୍ଡା । ବିଡ଼ିଓଙ୍କୁ ଇସ୍ତଫାପତ୍ର ଦେଇ ଚର୍ଚ୍ଚାରେ ରହିଥିଲେ ଗଶେଶ । ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବା ପରେ ବିଜେଡି ସଂଗନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣେଶଙ୍କ ପାଖରେ ପହଞ୍ଚôଥିଲେ । ବୁଝାଇଥିଲେ । ଅ୍ଧମ ଜିଦିଆ ଗଣେଶ ବୁଝିଯାଇଥିଲେ । ସରାପଞ୍ଚ ପଦବୀରୁ ଦେଇଥିବା ଇସ୍ତାଫା ଫେରାଇ ନେବାକୁ କୁଆଡେ ରାଜି ହୋଇଛନ୍ତି । ଶନିବାର କୁସୁମିତାରେ ଜିଲା ପ୍ରଶାସନ ପକ୍ଷରୁ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ କେନ୍ଦୁଝର ସାଂସଦଙ୍କ ସହ ଜିଲ୍ଲାର ଅଧିକାଂଶ ବିଧାୟକ, ଲୋକପ୍ରତିନିଧି, ଜିଲ୍ଲାପାଳ, ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସେହି ପଞ୍ଚାୟତର ସରପଞ୍ଚ ଗଣେଶ ମୁଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ଗଣେଶ ନିଜକୁ ଅପମାନିତ ଅନୁଭବ କରିଥିଲେ । ବାଧ୍ୟ ହୋଇ ଇସ୍ତଫାପତ୍ର କେନ୍ଦୁଝର ସଦର ବିଡ଼ିଓଙ୍କ ନିକଟକୁ ପଠାଇଦେଇଥିଲେ । ବିଜୁଳି ବେଗରେ ବ୍ୟାପିଯାଇଥିଲା ଏଡି ଖର । ଭୁଲ ଜାଣିପାରିଲା ପ୍ରଶାସନ । ଭୁଲ ସ୍ୱୀକାର ଚଲା । ଭବିଷ୍ୟତରେ କୌଣସି ଜନ ପ୍ରତିନିଧିଙ୍କୁ ଏପରି ଆପମାନିତ କରାଯିବ ନାହି ବୋଲି ପ୍ରତିଶ୍ରୁତି ଦେଇଛି କେନ୍ଦୁଝର ଜିଲ୍ଲ । ପ୍ରଶାସନ । ଇସ୍ତଫା ପତ୍ର ଫେରାଇ ନେବା ପାଇଁ ଗଣେଣଙ୍କୁ ପ୍ରଶାସନିକ ଅଧିକାରୀମାନେ ଅନୁରୋଧ କରିଥିଲେ । ତରଳି ନଥିଲେ ଗଣେଶ । ମାତ୍ର ପ୍ରଣବ କଲେ ଗଣେଷଙ୍କ ମାନ ଭଞ୍ଜନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ