Masthead

ଶିଶୁଙ୍କ ନାମ ‘ୟାଶ’

ରାଜନଗର/ ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ‘ୟାଶ’ ଆସିଲା ଚାଲିଗଲା । ଆଉ କରିଦେଇଗଲା ଅନେକ କ୍ଷୟକ୍ଷତି । ତେବେ ବାତ୍ୟା ସମୟରେ ଜନ୍ମଗ୍ରହଣ କରିଛନ୍ତି ଅନେକ ଶିଶୁ । ସେମାନଙ୍କ ମଧ୍ୟରୁ ଜନ୍ମଗ୍ରହଣ କରିଥିବା ଦୁଇ ନବଜାତକଙ୍କ ନାମକରଣ କରାଯାଇଛି ବାତ୍ୟା ‘ୟାଶ’ ନାଁରେ । ସେଥିମଧ୍ୟରୁ ଜଣେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ହରିଣ ପୋଖରୀ ଗାଁର ସୈାମ୍ୟରଞ୍ଜନ ବୈରାଗୀ ଓ ତାଙ୍କ ପତ୍ନୀ ସରସ୍ୱତୀ ନିଜ କନ୍ୟାର ନାଁ ‘ୟାଶ’ ରଖିଛନ୍ତି ।

 

ଅନ୍ୟଜଣେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରାଜନଗର ସଦର ବ୍ଲକ ପରଖି ଅଂଚଳର ବାଦଲ ମାଇତି ଓ ପତ୍ନୀ ସୋନାଲି ମାଇତି । ସେମାନେ ଏକ ପୁତ୍ର ସନ୍ତାନ ଲାଭ କରିଛନ୍ତି । ସେମାନେ ମଧ୍ୟ ନିଜ ପୁତ୍ରର ନାମ ରଖିଛନ୍ତି ‘ୟାଶ’ । ତେବେ ବାତ୍ୟା ସମୟରେ ରାଜନଗରରେ କେବଳ ୪ଜଣ ମହିଳା ସନ୍ତାନ ଜନ୍ମ କରିଛନ୍ତି । ଆଉ ବାଲେଶ୍ୱର ଓ ଭଦ୍ରକରେ ଗତକାଲି ମୋଟ ୯୧ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ