Masthead

ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ !

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁରରେ । ମୈଦଲପୁର ଫାଣ୍ଡିରେ ଆସିଥିବା ଏକ ଏତଲାର ସାମ୍ବାଦିକମାନେ ଖବର ସଂଗ୍ରହ କରିବା ସମୟରେ ଖବର ପ୍ରସାରଣ ନକରିବାକୁ କହିଥିଲେ ମୈଦଲପୁର ସରପଞ୍ଚଙ୍କ ସ୍ୱାମୀ ସରୋଜ ପଞ୍ଜିଆ ।

ସାମ୍ବାଦିକ ମାନେ ଫେରିଆସିଲା ପରେ ଉକ୍ତ ବ୍ୟକ୍ତି ପୁଣି ରାଜରାସ୍ତାରେ ଆସି ପ୍ରମେୟ ସାମ୍ବାଦିକଙ୍କ ଘରକୁ ଆସି ଖବର ପ୍ରସାରଣ କଲେ ଜୀବନରୁ ମାରିଦେବାକୁ ସିଧାସଳଖ ଧମକ ଦେଇଥିଲେ । ଏ ନେଇ ସାମ୍ବାଦିକ ମାନେ ମୈଦଲପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ସାମ୍ବାଦିକ ମାନଙ୍କୁ ବାରମ୍ବାର କିଛି ଖଳ ପ୍ରକୃତିର ଲୋକ ଆକ୍ରମଣ, ଧମକ ଦେଉଥିବା ବେଳେ ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ