Masthead

ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ !

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁରରେ । ମୈଦଲପୁର ଫାଣ୍ଡିରେ ଆସିଥିବା ଏକ ଏତଲାର ସାମ୍ବାଦିକମାନେ ଖବର ସଂଗ୍ରହ କରିବା ସମୟରେ ଖବର ପ୍ରସାରଣ ନକରିବାକୁ କହିଥିଲେ ମୈଦଲପୁର ସରପଞ୍ଚଙ୍କ ସ୍ୱାମୀ ସରୋଜ ପଞ୍ଜିଆ ।

ସାମ୍ବାଦିକ ମାନେ ଫେରିଆସିଲା ପରେ ଉକ୍ତ ବ୍ୟକ୍ତି ପୁଣି ରାଜରାସ୍ତାରେ ଆସି ପ୍ରମେୟ ସାମ୍ବାଦିକଙ୍କ ଘରକୁ ଆସି ଖବର ପ୍ରସାରଣ କଲେ ଜୀବନରୁ ମାରିଦେବାକୁ ସିଧାସଳଖ ଧମକ ଦେଇଥିଲେ । ଏ ନେଇ ସାମ୍ବାଦିକ ମାନେ ମୈଦଲପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ସାମ୍ବାଦିକ ମାନଙ୍କୁ ବାରମ୍ବାର କିଛି ଖଳ ପ୍ରକୃତିର ଲୋକ ଆକ୍ରମଣ, ଧମକ ଦେଉଥିବା ବେଳେ ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ