Masthead

ଆକାଶରେ ଉଡ଼ୁଛନ୍ତି ନେତା, ଗ୍ରାଉଣ୍ଡରେ ସହାୟତା ଅପେକ୍ଷାରେ ଜନତା

ଭଦ୍ରକ/ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମାତ୍ର କେଇ ଘଂଟାର ପବନ । ସାମୁଦ୍ରିକ ଝଡ ‘ୟାଶ’ ପ୍ରବାହରେ ଛାରାକାର ହୋଇଯାଇଛି ଭ୍ରଦକ, ବାଲେଶ୍ୱରର ବିଭିନ୍ନ ଅଚଂଳ । ଏବେ ସୁ୍ଧା ଜଳମଗ୍ନ ହୋଇଛି ଶହ ଶହ ଗାଁ । ରାଜନଗର, ଭୋଗରାଇ ଓ କୋଇଡା ଅଂଚଳବାସୀଙ୍କ ଦୁଃଖ ଏବେ ଦୁଇ ଗୁଣା ହୋଇଛି । ବାତ୍ୟା, ବନ୍ୟା ଓ ତାସହ କରୋନା । କାହା ସହ ଲଢେଇ କରିବେ ଏହି ଅଂଚଳବାସୀ । ବାତ୍ୟା ୟାଶ ଚାଲିଯାଇଛି ସତ କିନ୍ତୁ ଦେଇଯାଇଛି ଅସରନ୍ତି ଦୁଃଖ । ଆଶ୍ରୟସ୍ଥଳୀରେ ରହୁଥିବା ଲୋକେମାନେ ଏବେ ନିଜ ଘରକୁ ଫେରିଛନ୍ତି । ଆଉ ପୋତି ହେଉଥିବା ଜିନିଷକୁ ମାଟି କାଦୁଅ ଭିତରୁ ବାହାର କରୁଛନ୍ତି ।

ନିଜ ଭଙ୍ଗା ଘରୁ ଫେରୁଥିବା ଲୋକମାନେ କିଭଳି ଦୁଖ ଦୁର୍ଦ୍ଦଶାରେ ରହିଛନ୍ତି । ମାଟି ଘର ଭିତରୁ ପାଣି କାଢି ପୁଣି ଥରେ ଭଙ୍ଗା ଘରକୁ ସଜାଡିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ନିଜର ଭଙ୍ଗା ଘରକୁ ଦେଖି ଆଖୁରୁ ଲୁହ ଶୁଖୁ ନାହିଁ । ଏହି ବିପନ୍ନ ମାନଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ସାତ ଦିନ ପାଇଁ ସମସ୍ତଙ୍କୁ ମାଗଣାରେ ରିଲିଫ ବଂଟନ କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ପ୍ରକାରର ସୁବିଧା ମିଳିନଥିବା ଅତି କୋହଭରା କଣ୍ଠରେ କହିଛନ୍ତି ଏହି ବିପନ୍ନ ମାନେ । କେବେ ଏମାନଙ୍କ ଉପରେ ସରକାରଙ୍କ ନଜର ପଡିବ । ଏବଂ କେବେ ଏହି ବିପନ୍ନମାନଙ୍କ ମୁହଁରେ ପୁଣି ହସ ଫେରିବ ତାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ