Masthead

ଆକାଶରେ ଉଡ଼ୁଛନ୍ତି ନେତା, ଗ୍ରାଉଣ୍ଡରେ ସହାୟତା ଅପେକ୍ଷାରେ ଜନତା

ଭଦ୍ରକ/ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମାତ୍ର କେଇ ଘଂଟାର ପବନ । ସାମୁଦ୍ରିକ ଝଡ ‘ୟାଶ’ ପ୍ରବାହରେ ଛାରାକାର ହୋଇଯାଇଛି ଭ୍ରଦକ, ବାଲେଶ୍ୱରର ବିଭିନ୍ନ ଅଚଂଳ । ଏବେ ସୁ୍ଧା ଜଳମଗ୍ନ ହୋଇଛି ଶହ ଶହ ଗାଁ । ରାଜନଗର, ଭୋଗରାଇ ଓ କୋଇଡା ଅଂଚଳବାସୀଙ୍କ ଦୁଃଖ ଏବେ ଦୁଇ ଗୁଣା ହୋଇଛି । ବାତ୍ୟା, ବନ୍ୟା ଓ ତାସହ କରୋନା । କାହା ସହ ଲଢେଇ କରିବେ ଏହି ଅଂଚଳବାସୀ । ବାତ୍ୟା ୟାଶ ଚାଲିଯାଇଛି ସତ କିନ୍ତୁ ଦେଇଯାଇଛି ଅସରନ୍ତି ଦୁଃଖ । ଆଶ୍ରୟସ୍ଥଳୀରେ ରହୁଥିବା ଲୋକେମାନେ ଏବେ ନିଜ ଘରକୁ ଫେରିଛନ୍ତି । ଆଉ ପୋତି ହେଉଥିବା ଜିନିଷକୁ ମାଟି କାଦୁଅ ଭିତରୁ ବାହାର କରୁଛନ୍ତି ।

ନିଜ ଭଙ୍ଗା ଘରୁ ଫେରୁଥିବା ଲୋକମାନେ କିଭଳି ଦୁଖ ଦୁର୍ଦ୍ଦଶାରେ ରହିଛନ୍ତି । ମାଟି ଘର ଭିତରୁ ପାଣି କାଢି ପୁଣି ଥରେ ଭଙ୍ଗା ଘରକୁ ସଜାଡିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ନିଜର ଭଙ୍ଗା ଘରକୁ ଦେଖି ଆଖୁରୁ ଲୁହ ଶୁଖୁ ନାହିଁ । ଏହି ବିପନ୍ନ ମାନଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ସାତ ଦିନ ପାଇଁ ସମସ୍ତଙ୍କୁ ମାଗଣାରେ ରିଲିଫ ବଂଟନ କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ପ୍ରକାରର ସୁବିଧା ମିଳିନଥିବା ଅତି କୋହଭରା କଣ୍ଠରେ କହିଛନ୍ତି ଏହି ବିପନ୍ନ ମାନେ । କେବେ ଏମାନଙ୍କ ଉପରେ ସରକାରଙ୍କ ନଜର ପଡିବ । ଏବଂ କେବେ ଏହି ବିପନ୍ନମାନଙ୍କ ମୁହଁରେ ପୁଣି ହସ ଫେରିବ ତାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ