Before Header

ପଢ଼ନ୍ତୁ ଦେଶବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସଂକ୍ଷେପରେ…

0 20

(୧) ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଗତ ୨୪ ଘଣ୍ଟାରେ ଦେଶରେ ୧,୭୩,୭୯୦ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩,୬୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୭୭,୨୯,୨୪୭ ଓ ମୃତ୍ୟୁସଂଖ୍ୟା ୩,୨୨,୫୧୨ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨,୮୪,୬୦୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୫୧,୭୮,୦୧୧ରେ ପହଞ୍ଚିଛି।

(୨) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦେଶରେ ପ୍ରଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ରେକର୍ଡ । ମୁମ୍ବାଇ ଓ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ୧୦୦ ଟଙ୍କା ଟପିଯାଇ ରେକର୍ଡ ସୃଷ୍ଟି କରିଛି। ମୁମ୍ବାଇରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ଟ.୧୦୦.୧୯ ଓ ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ୍‌ ଦର ଟ.୧୦୫.୧୫ରେ ବିକ୍ରୟ ହେଉଛି। ସେହିଭଳି ମୁମ୍ବାଇରେ ଲିଟର୍‌ ପିଛା ଡିଜେଲ୍‌ ଦର ଟ.୯୨.୧୭ ଥିବା ବେଳେ ଶ୍ରୀଗଙ୍ଗାନଗରରେ ଲିଟର୍‌ ପିଛା ଡିଜେଲ୍‌ ଦର ଟ. ୯୭.୯୯ ରହିଛି।

(୩) ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଜଣେ ୮୨ ବର୍ଷର ବ୍ୟକ୍ତିଙ୍କୁ କିଛି ଲୋକ ପିପିଇ କିଟ୍ ପିନ୍ଧି ପାହାଡିଆ ରାସ୍ତାରେ ବୋହି ନେଉଥିବାର ଦେଖିବାକୁ ମିଳିଛି । ଦେଶ ସ୍ୱାଧୀନ ହେବାର ଦୀର୍ଘବର୍ଷ ପରେ ମଧ୍ୟ ଉତ୍ତରାଖଣ୍ଡର ସବୁ ଅଞ୍ଚଳକୁ ରାସ୍ତା ହୋଇପାରି ନାହିଁ । ଜଣେ ବୟସ୍କ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଆତ୍ମୀୟ କରୁଛନ୍ତି ପରିଶ୍ରମ । ବୟସ୍କ କରୋନା ଆକ୍ରାନ୍ତ ରୋଗୀଙ୍କୁ ଦୀର୍ଘ ୭କିଲୋମିଟର ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଛନ୍ତି ।

(୪) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହିଳାଙ୍କୁ ମୃତ୍ୟୁ ମୁହଁରୁ ଉଦ୍ଧାର କଲା ପୋଲିସ । ଜଣେ ମହିଳା କୌଣସି ଏକ ମାମଲାରେ ଜଡିତ ଥିବାରୁ ପୋଲିସ ତାଙ୍କୁ ଧରି ଟ୍ରେନ୍ରେ ନେବାକୁ ଦାଦର ରେଳ ଷ୍ଟେସନ୍ରେ ପହଞ୍ôଚଥିଲା । ମହିଳା ଜଣକ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ପୋଲିସ କବଳରୁ ଖସି ପ୍ଲାଟଫର୍ମରୁ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ପୋଲିସ ବାବୁ ଜଣକ ମଧ୍ୟ ହେଇଁ ପଡିଥିଲେ ।

(୫) ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ଗାଁର ଏକ ପୋଖରୀରୁ ଉଦ୍ଧାର ହେଲା ମାଈ କୁମ୍ଭୀର । ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲ୍ଲାର ପଥରପ୍ରତିମା ଗାଁରୁ ଉଦ୍ଧାର ହେଲା ମାଈ କୁମ୍ଭୀର । ବାତ୍ୟାୟାସ ପ୍ରଭାବରେ ଭୟଙ୍କର ବର୍ଷା ହେବାରୁ କୁମ୍ଭୀରଟି ଚାଲିଆସିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ବଣ୍ୟପ୍ରାଣୀ ବିଭାଗକୁ ଖବର ଦେଇଥିଲେ । ପରେ ବଣ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଏହି କୁମ୍ଭୀରକୁ ଉଦ୍ଧାର କରି ଲୋଥିଆନ୍ ଦ୍ୱୀପରେ ଥିବା ଅଭୟାରଣ୍ୟରେ ଛାଡିଦେଇଛନ୍ତି ।

(୬) ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏଠାରୁ ସମସ୍ତ ଖେଳାଳି ଜୁନ୍ ପ୍ରଥମ ସପ୍ତାହରେ ଇଂଲଣ୍ଡ ଗସ୍ତ କରିବେ । ଜୁନ ୧୮ରୁ ଉଭୟ ଦଳ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯିବ । ଜାଡେଜା ନିଜ ଟ୍ୱିଟର୍ ଆକାଉଣ୍ଟରେ ଦଳର ନୂଆ ସ୍ବେଟର୍ ପିନ୍ଧି ଫଟୋ ସେୟାର କରିଛନ୍ତି । ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ ୯୦ ଦଶକ ଫେରି ଆସିଛି । ଟିମ୍ ଇଣ୍ଡିଆର ନୂଆ ସ୍ୱେଟର୍ କ୍ରିକେଟର ପାରମ୍ପରିକ ଅନ୍ଦାଜ ଭଳି ଅଟେ । ଏହାର ମଧ୍ୟ ଭାଗରେ ନୀଳ ରଙ୍ଗରେ ଇଣ୍ଡିଆ ବୋଲି ଲେଖାଯାଇଛି।

(୭) ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅପେକ୍ଷାର ଅନ୍ତ । ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖୁବଶୀଘ ଏନେଇ ତାରିଖ ଘୋଷଣା ହେବ ।

(୮) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ ହୋଇଛି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ବହୁ ବର୍ଷ ଧରି ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ରିୟାନ ଷ୍ଟିଫେନ୍ ମଧ୍ୟ ଜଡିତ ଥିଲେ । ନିକଟରେ ରିଲିଜ୍ ହୋଇଥିବା କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜାୱାନି’ ଏବଂ କାଜଲ, ଶୃତି ହାସନ ଏବଂ ନେହା ଧୁପାଙ୍କ ସର୍ଟ ଫିଲ୍ମ ‘ଦେବୀ’ ପାଇଁ ରିୟାନ୍ ଚର୍ଚ୍ଚାରେ ଥିଲେ।

(୯) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାଭରକରଙ୍କ ୧୩୮ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂଙ୍କ ଘୋଷଣା । ସେ ବୀର ସାଭରକର ବାୟୋପିକ୍ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ ହେଉଛି ‘ସ୍ୱତନ୍ତ୍ରବୀର ସାଭରକର’।ଏହାର ନିର୍ଦ୍ଦେଶନା ଦେବେ ମହେଶ ମଞ୍ଜରେକର।ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇସାରିଛି। ସନ୍ଦୀପ ସିଂ ପୋଷ୍ଟର ସହିତ କ୍ୟାପସନରେ ଲେଖିଛନ୍ତି- ସ୍ୱାଧୀନତାର ଇତିହାସର ସମ୍ପୂର୍ଣ୍ଣ କଥା ଜାଣିବା ଏବେ ବାକି ଅଛି। ଖୁବ୍ ଶୀଘ୍ର “ସ୍ୱତନ୍ତ୍ରବୀର ସାଭରକର”ଙ୍କୁ ଭେଟିବେ ।

(୧୦) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଗ୍ ବସ୍ ର ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ବିଗ୍ ବସ୍ ୧୫ ହେବ ‘କପଲ୍ ସ୍ପେସାଲ୍ ‘। ଟିଭି ରିଆଲିଟି ସୋ ‘ବିଗ୍ ବସ୍ ୧୪’ ଶେଷ ହୋଇଯାଇଛି । ଏହାର ୧୫ ତମ ସିଜିନ୍ ଶୀଘ୍ର ଆସିବାକୁ ପ୍ରସ୍ତୁତି ହେଉଛି । ପ୍ରତ୍ୟେକ ଥର ପରି ବଲିଉଡର ଏଥର ମଧ୍ୟ ସଲମାନ ଖାନ କିଛି ନୂଆ ଆଣିବାକୁ ଯାଉଛନ୍ତି। କୁହାଯାଉଛି ଯେ ଗତ ସିଜନରେ ଅଭିନବ ଶୁକ୍ଲା ଏବଂ ରୁବିନା ଦିଲାଏକ୍, ଅଲି ଗୋନି ଏବଂ ଜସ୍ମିନ ଭାସିନଙ୍କ ଯୋଡି ଅଭିନେତାଙ୍କୁ ଖୁବ୍ ପସନ୍ଦ ଆସିଥିଲା। ସେଥିପାଇଁ ବିଗ୍ ବସ୍ ୧୫ ଏକ ‘କପଲ୍ ସ୍ପେସାଲ୍ ‘ ହେବାକୁ ଯାଉଛି ।

(୧୧) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଏଥର ବିଳମ୍ବ ହେବ ଏକାଡେମୀ ଆୱାର୍ଡ । କରୋନା ମହାମାରୀ ପାଇଁ ଏହି ପୁରସ୍କାର ସମାରୋହକୁ ମାସେ ଘୁଞ୍ଚାଇ ଦିଆଯାଇଛି। ୨୦୨୨ରେ ଆୟୋଜି ହେବାକୁ ଥିବା ‘ଓସ୍କାର’ ସମାରୋହ ଫେବ୍ରୁଆରୀ ମାସରେ ଆୟୋଜିତ ହୋଇଥାନ୍ତା। କୋଭିଡ ଯୋଗୁଁ ଏହାକୁ ମାର୍ଚ୍ଚ ମାସକୁ ଘୁଞ୍ଚାଇ ଦେଇଛନ୍ତି ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସର ଆୟୋଜକ।

(୧୨) ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୁନୀଲ ଗ୍ରୋଭରଙ୍କ ବହୁ ପ୍ରତୀକ୍ଷିତ ୱେବ ସିରିଜ “ସନଫ୍ଲାୱାର’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ସିରିଜରେ ସୁନୀଲ ଲିଡ୍ ରୋଲରେ ଅଭିନୟ କରିବେ। ଏହି ସିରିଜର ଟ୍ରେଲର ସୁନୀଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଟ୍ରେଲରରେ ସୁନୀଲଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରୀ ଅନ୍ୟ କଳାକାର ବି ନଜର ଆସିଛନ୍ତି। ଏହି ସିରିଜ ଜୁନ ୧୧ରେ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ ହେବ।

Leave A Reply

Your email address will not be published.