Before Header

ପଢ଼ନ୍ତୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ସଂକ୍ଷେପରେ…

0 46

(୧) ନୟାଗଡ:(ବଡ଼ ଖବର ବ୍ୟୁରୋ) ନୟାଗଡ ଜିଲା ନୂଆଗାଁ ତହସିଲର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ । ଜାଗାର କିସମ ପରିବର୍ତ୍ତନ କୁ ନେଇ ରାଜସ୍ବ ବିଭାଗ ପାଖରେ ହୋଇଥିଲା ଅଭିଯୋଗ । ତଦନ୍ତ ପରେ ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ରାଜସ୍ବ ବିଭାଗ ନେଲା କାର୍ୟ୍ୟାନୁଷ୍ଠାନ ।ନୂଆଗାଁ ତହସିଲ ଅଂଚଳର ୯୪ ଏକର ଜାଗାକୁ ମେଜର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ନାମକ ଘରୋଇ ସଂସ୍ଥାର ଘରବାଡି କିସମକୁ ପରିବର୍ତ୍ତନ କରିଥିବା ନେଇ ହୋଇଥିଲା ଅଭିଯୋଗ ।ଏନେଇ ସ୍ଥାନୀୟ ଲୋକେ ରାଜସ୍ୱ ବିଭାଗରେ କରିଥିଲେ ଅଭିଯୋଗ ।
(୨) ଗଞ୍ଜାମ:(ବଡ଼ ଖବର ବ୍ୟୁରୋ) ଗଞ୍ଜାମ ଜିଲ୍ଲାରେ ଟିକାକରଣକୁ କେନ୍ଦ୍ର କରି ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗ୍ରାମାଞ୍ଚଳରେ ଟିକାକରଣକୁ ଅଗ୍ରାଧିକାର ଦେଇଛନ୍ତି । ଲୋକମାନେ ଅନ୍ଧ ବିଶ୍ୱାସର ଶିକାର ହୋଇ ଟୀକା ନେବାକୁ ପଛାଇବା ସହ ଟିକା ଦେବା ପାଇଁ ଗ୍ରାମକୁ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଅସହଯୋଗ କରୁଛନ୍ତି । ଗ୍ରାମର ଅଙ୍ଗନବାଡି ଓ ଆଶା କର୍ମୀମାନେ ସାହି ସାହି ବୁଲି ସଚେତନତା ସୃଷ୍ଟି କରିବା ସହ ଘରକୁ ଘର ବୁଲି ଡାକୁଥିଲେ ସୁଦ୍ଧା କିଛି ଲୋକ ଏହାକୁ ଏଡାଇ ଯାଇଛନ୍ତି । ବାଧ୍ୟ ହୋଇ କିଛି ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତା ଉପଯୋଗ କରି ଟିକା ନ ନେଲେ ଆସନ୍ତା କିସ୍ତିର ଚାଉଳ ଦିଆ ଯିଵ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
(୩) ଭଦ୍ରକ:(ବଡ଼ ଖବର ବ୍ୟୁରୋ) ବାତ୍ୟା ୟସ ତାର କରାଳ ରୁପ ଦେଖାଇ ଚାଲି ଯାଇଥିଲେ ମଧ୍ୟ ବନ୍ୟାପାଣିରେ ଲୋକ ମାନଙ୍କୁ ଜଳବନ୍ଦୀ କରି ରଖିଥିବା ଦେଖିବାକୁ ମିଳିଛି ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଚାନ୍ଦବାଲି ବ୍ଲକ ମାଧପୁର ଏବଂ ଖେରଙ୍ଗ ପଞ୍ଚାୟତର କେତୋଟି ଗ୍ରାମର ଲୋକମାନେ ଆଜକୁ ୬ଦିନ ହେବ ଜଳବନ୍ଦୀ ଥିବା ଦେଖିବାକୁ ମିଳିଛି ।ଏହି ବିପଦ ସମୟରେ ସହାୟତାର ହାତ ବଢ଼ାଇ ଆଗେଇ ଆସିଛି ଲୋକଙ୍କ ଚେନାଲ ବଡ଼ ଖବର ଏବଂ ଗଡ ଇଜ୍ ୱାନ ଚାରିଟେବୁଲ ଟ୍ରଷ୍ଟ ମିଳିତ ପ୍ରୟାସରେ ଜଳବନ୍ଦୀରେ ଥିବା ଏକ ହଜାର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦେବାପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ଏହି ମହାନତା ପାଇଁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି ।
(୪) ଗଞ୍ଜାମ :(ବଡ଼ ଖବର ବ୍ୟୁରୋ) ମହାମାରୀ କରୋନା ସମୟର ଲୋକଙ୍କ ଜୀବନ ଜୀବିକା ବ୍ୟାପକ ପ୍ରଭାବିତ ହୋଇଛି। ଏହି ସମୟରେ ଅସହାୟଙ୍କୁ ସହାୟତା ର ହାତ ବଡାଇଛନ୍ତି କିଛି ବଦାନୟ ବୟକ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏକ ଅଟୋ ଯୋଗେ ତେଜରାତି ସାମଗ୍ରୀ, ଔଷଧ,ମାସ୍କ୍, ଅକ୍ସିଜେନ ସିଲିଣ୍ଡର ଲୋକଙ୍କ ପାଖରେ ପହଞ୍ଚାଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଅସହାୟ ଙ୍କ ସହାୟ ସାଜିଛନ୍ତି ସେ ।
(୫) ମୟୁରଭଞ୍ଜ:(ବଡ଼ ଖବର ବ୍ୟୁରୋ) କରନାରେ ଚାଲିଗଲେ ଆଉଜଣେ ଯୁବ ସାମ୍ବାଦିକ। ମୟୁରଭଞ୍ଜ ଜିଲ୍ଲା କରଂଜିଆର କନକଟିଭି ପ୍ରତିନିଧି ଅସିତ କୁମାର ବେହେରାଙ୍କର ଆଜି ସକାଳୁ କରୋନା ଜନିତ ମୃତ୍ୟୁ ହୋଇଛି । ସେ ଗତ ୧୦ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବାଙ୍କିଶୋଲ କୋଭିଡ କେୟାର ସେଣ୍ଟର ଓ ପରେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।ତେବେ ଚିକିତ୍ସିତ ଅବସ୍ଥାରେ ଶନିବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି।ଯାହାକୁ ନେଇ କରଞ୍ଜିଆର ସାମ୍ବାଦିକ ମହଲ ସମେତ ନିଜ ଗାଁ ସୁକୃଳି ବ୍ଲକ ତେରଣ୍ଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
(୬) ମୟୁରଭଞ୍ଜ:(ବଡ଼ ଖବର ବ୍ୟୁରୋ) ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ଜବତ । ବାଙ୍କୀ ବୈଦେଶ୍ୱର ଅଞ୍ଚଳରୁ ନୟାଗଡ଼ ଜିଲ୍ଲା କୁ ଏହି ଚୋରା କାଠ ଏକ ଟାଟା ଏସି ଭ୍ୟାନ ରେ ଚାଲାଣ ହେଉଥିବା ଖବର ପାଇଥିଲେ । ଖବର ପାଇବା ପରେ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଶଗୁଆନ କାଠ ସହିତ ଗାଡିକୁ ଜବତ କରାଯାଇଛି । ଏହା ସହିତ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
(୬) ଭଦ୍ରକ :(ବଡ଼ ଖବର ବ୍ୟୁରୋ) ବାତ୍ୟା ୟାସ ପ୍ରଭାବରେ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଦେଖାଦେଇଛି ବନ୍ୟା । ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ୪ଟି ପଂଚାୟତର ଶହଶହ ଏକର ଚାଷ ଜମିକୁ ମାଡି ଯାଇଛି ବନ୍ୟା ଜଳ । ଫଳରେ ଚାଷୀ ଚଳିତବର୍ଷ ସାରଦ ଚାଷ ପାଇଁ ପକାଇଥିବା ଧାନତଳି ବୁଡିଯାଇଛି। ସରକାରଙ୍କ ପୂର୍ବ ପ୍ରସ୍ତୁତି ପାଇଁ ବାତ୍ୟା ବିପନ୍ନଙ୍କର ଜୀବନ ସିନା ବଞ୍ଚିଗଲା ହେଲେ ଜୀବିକା ଲୁଣାପାଣି ବନ୍ୟାରେ ଧୋଇଗଲା। କ୍ଷେତରେ ଚାଷ ଗଲା, ଗାଁରେ ବାସ ଗଲା । ବିଶେଷକରି ନଦୀକୂଳିଆ ୧୦ଖଣ୍ଡ ଗାଁର ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆଖଣ୍ଡଳମଣି-ତିହିଡି-ଚାନ୍ଦବାଲି ମୁଖ୍ୟା ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି।
(୭)ନାଉଗାଁ :(ବଡ଼ ଖବର ବ୍ୟୁରୋ) ପ୍ରତି ଦିନ ଜିଲ୍ଲା ମାନଙ୍କରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ନାନା ପ୍ରକାରର କଟକଣା ଜାରି କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଲକଡାଉନ ସମୟରେ ନାଉଗାଁ ଥାନାରେ ଥିବା ପିସିଆର ଭ୍ୟାନଟିର ଅବସ୍ଥା ପୁରା ଶୋଚନୀୟ ହୋଇପଡ଼ିଛି । ଯେଉଁ ଭ୍ୟାନଟି ଏହି କରୋନା ମହାମାରୀ ସମୟରେ ଦିନ ରାତି ପାଟ୍ରୋଲିଂ ବ୍ୟବସ୍ଥାରେ ନିୟୋଜିତ ରହୁଛି। ଭ୍ୟାନଟିର ସମ୍ପୂର୍ଣ୍ଣ ବଡି ଟି ଖାଇଯାଇ କଣା ମାନ ହୋଇଗଲାଣି । ଅଧିକାଂଶ ଜାଗା ଲୁହା ତାର ମାଧ୍ୟମରେ ବନ୍ଧା ହୋଇ ରହିଥିବା ଦେଖିବାକୁ ମଧ୍ୟ ମିଳିଛି।ହେଲେ ଏଥିପ୍ରତି ନାଉଗାଁ ଥାନା ଅଧିକାରୀ କି ଜିଲ୍ଲା ଆରକ୍ଷୀ କାର୍ୟ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା କଥାଟା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
(୮) ଭଦ୍ରକ :(ବଡ଼ ଖବର ବ୍ୟୁରୋ) ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନାୟକାଣୀଡିହି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ରାଜ୍ୟରେ ପ୍ରତି କୋଣ ଅନୁକୋଣରେ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ଏବଂ ରାଜ୍ୟ ପକ୍ଷରୁ ଅନେକ ପ୍ରକାର ଯୋଜନା କରାଯାଉଛି । ହେଲେ କେଉଁଠି ଡାକ୍ତର ନାହାନ୍ତି ତ ପୁଣି କେଉଁଠି ଫାମାସିଟି ଭରଷାରେ ରୋଗୀ କ୍ଷ ସରକାରି ସେବା ନାଁରେ ଚାଲିଛି ପ୍ରହସନ । ସରକାର କୁଆଡେ ସବୁ ପ୍ରକାର ବ୍ୟବସ୍ତା ଗାଁ ଗାଁରେ ଯୋଗାଇ ଦେଉଛନ୍ତି କ୍ଷ ଛୁଟି ଦିନ କଥା ଛାଡନ୍ତୁ ଅନ୍ୟ ଦିନରେ ବି ଡାକ୍ତରଖାନା ରେ ଝୁଲୁଛି ତାଲା କ୍ଷ ଏହି ମେଡିକାଲ ଉପରେ ବିଦେଇପୁର, ନାୟକାଣୀଡିହି, କରଞ୍ଜଆଡିଆ, ଗଦି, ଏବଂ ଚାନ୍ଦବାଲି ର ଘଣ୍ଟେଶ୍ୱର ପରି ୧୫ ପଞ୍ଚକ୍ଷୟତ ଲୋକ ମାନେ ନିର୍ଭର କରନ୍ତି କ୍ଷ ହେଲେ ଏପଟେ ବିଭାଗୀୟ ଅଧିକାରୀଙ୍କ ଅବେହେଳା ରୁ ଡାକ୍ତର ଏଠିକି ଆସୁନାହାନ୍ତି କ୍ଷ
(୯) ବଡଖବର :(ବଡ଼ ଖବର ବ୍ୟୁରୋ) ବରଗଡ଼ ଜିଲ୍ଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଫଲ୍ସ ଏଣ୍ଟ୍ରି ଅଭିଯୋଗ ହୋଇଛି ।ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୬୮ ଏବଂ ଗ୍ରେଡ୍ ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୮୮ ଟଙ୍କା ରହିଛି । କିନ୍ତୁ ସେଭଳି ଅନିୟମିତତା କ୍ଷେତ୍ରରେ ଚାଷୀଙ୍କ ଶହେରୁ ୨ଶହ ଟଙ୍କା କ୍ଷତି ସହିବାକୁ ପଡୁଛି।ଦଲାଲ ମିଲର୍ସ ଏହାର ଫାଇଦା ଉଠାଉଛନ୍ତି ।ଧାନକ୍ରୟ ସଂସ୍ଥାର କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ଭୂମିକା ସନ୍ଦେହଜନକ ହୋଇପଡ଼ିଛି । ସେମାନଙ୍କ ମିଳିତ ଆନୁକୁଲ୍ୟରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭିନ୍ନ ମଣ୍ଡି ପରିଦର୍ଶନ କରିବାକୁ ଏକ ସ୍କ୍ୱାଡ଼ ଗଠନ କରାଯାଇଛି। ଯେଉଁଠାରୁ ସେଭଳି କିଛି ଅଭିଯୋଗ ଆସିଲା ଉକ୍ତ ସ୍କ୍ୱାଡ଼ କୁ ସେଠାକୁ ପଠାଯାଉଛି। ସେମାନଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତି କରି କାର୍ୟ୍ୟାନୁଷ୍ଠାନ ନିଆଯିବ । ସେମାନେ ଅତାବିରା ଅଂଚଳରେ ତଦନ୍ତ କରି ରିପୋର୍ଟ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ବରଗଡ଼ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ଏହା ସହ ସେ କହିଛନ୍ତି ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସଠିକ ମୂଲ୍ୟରେ ବିକି ପାରିବେ ।
(୧୦) ଯାଜପୁର :(ବଡ଼ ଖବର ବ୍ୟୁରୋ) ଯାଜପୁର ଜିଲ୍ଲା ବିଂଝାରପୁର ତରୁଣ ଙ୍କ ପାଇଁ ସରକାରୀ ସହାୟତା ସ୍ବପ୍ନ । ତରୁଣ ଦାସ ଯିଏକି ଜଣେ ଦିବ୍ୟାଙ୍ଗ । ତେଲ ଲୁଣ ସଂସାର ଠିକ ଚାଲିଥିବା ବେଳେ ସତେ ଯେମିତି ବିଧାତା ଦାଉ ସାଧିଲା । ତରୁଣ ଦୀର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ୱ ଦିନ ହେବ କୌଣସି ଏକ ରୋଗ ତାଙ୍କୁ ଗ୍ରାସିଲା ଯାହା ଦ୍ୱାରା ତରୁଣ ଠିକ ସେ ଚାଲିପାରୁନାହାନ୍ତି କି କିଛି କରିପାରୁନାହାନ୍ତି। ସ୍ତ୍ରୀ ଏକ ଜଳଖିଆ ଦୋକାନ କରି ଦୁଇ ଦୁଇଟି ଛୁଆ କୁ ମଣିଷ କରିବା ସହ ସଂସାର ଚଳାନ୍ତି । କିନ୍ତୁ କରୋନା ମହାମାରୀରେ ସେତିକି ବି ବନ୍ଦ ଥିଲା । କେମିତି ବଞ୍ଚିବେ ପିଲା ଛୁଆ ଏବଂ ସ୍ତ୍ରୀ ସେ ନେଇ ଚିନ୍ତାରେ ତରୁଣ । ସେପଟେ ସରକାର ଙ୍କ ସାହାଯ୍ୟ କିଛି ସେ ପାଉ ନାହାନ୍ତି, ଅତ୍ୟନ୍ତ ଦୁଃଖ କଷ୍ଟ ରେ ଦିନ କାଟୁଛନ୍ତି ତରୁଣ ଙ୍କ ପରିବାର । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
(୧୧) ପାଲଲହଡା :(ବଡ଼ ଖବର ବ୍ୟୁରୋ) ସରକାରୀ ସହାଯତା ରୁ ବଂଚିତ ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ବନ୍ଧାଭୁଇଁ ପଞ୍ଚାୟତର ଜମରଡିହ ଗାଁର ଚାନ୍ଦୁ ଯୁଲୁଣ୍ଡି । ବୟସ ୮୦ ପାଖାପାଖି ଛୁଇଲାଣି । ସରକାରୀ ଯୋଜନା କହିଲେ ମାତ୍ର ୩୫କେଜି ଚାଉଳ । ତା ଛଡ଼ା ନା ଚାନ୍ଦୁକୁ ମିଳିଛି ଖଣ୍ଡିଏ ଘର ନାମିଳୁଛି ଭତ୍ତା । ସେପଟେ ଚାନ୍ଦୁଙ୍କର ନିଜର ମାନସିକ ବିକୃତ ଝିଅ କନକକୁ ବି ମିଳିନି କୌଣସି ସରକାରୀ ସହାୟତା । ରୋଜଗାର କହିଲେ କିଛି ନାହିଁ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରୁହିତ ନାଏକ ଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ଏହାର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
(୧୨) ନୟାଗଡ :(ବଡ଼ ଖବର ବ୍ୟୁରୋ) ନୟାଗଡ ଜିଲା ନୂଆଗାଁ ବ୍ଲକ ଯାକେଡ ପଂଚାୟତ କରଚୁଲି ଗାଁରେ ବାଟବଣା ଆବାସ ଯୋଜନା । ସ୍ୱାମୀ ପରିତ୍ୟକ୍ତ ଆଦିବାସୀ ମହିଳା କବିତା ପ୍ରଧାନ ପାଇ ନାହାନ୍ତି ଘର । ୫ ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତ ହୋଇ ୫ଟି ଛୁଆଙ୍କୁ ନେଇ ଭଙ୍ଗା କୁଡ଼ିଆର ଜରିପାଲ ତଳେ ଜୀବନ ବିତାଉଛନ୍ତି କବିତା ।ପରିବାର ପ୍ରତିପୋଷଣ ପାଇଁ ମୂଲ ଲାଗୁଥିବା କବିତା ପାଇଁ ଚାଳର ନଡ଼ା ବି ସାତ ସପନ ।ଯାହା ଫଳରେ କୁଡ଼ିଆ ରେ ଜରି ପକାଇ ୫ଟି ଛୁଆଙ୍କୁ ନେଇ ଜୀବନ ବିତାଉଛି । ସରକାରୀ ସାହାଯ୍ୟ କହିଲେ ଚାଉଳ ମାତ୍ର ୨୫ କିଲୋ । କବିତା ପରିବାରର ଏପରି ଦାରୁଣ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ୟ୍ୟ ହେଉଥିବା ବେଳେ ମାନବିକତା ହରାଇଛନ୍ତି ନୂଆଗାଁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ରାଜନେତା ଗଣ । ତାଲିକାରେ ନାଁ ନ ଥିବାର ଦ୍ୱାହି ଦେଇ ଅଣଦେଖା କରୁଛନ୍ତି କବିତାର ମୌଳିକ ଅଧିକାର ଆଉ ହକ୍ ।

 

 

 

 

 

 

 

Leave A Reply

Your email address will not be published.