କୋଚି(ବଡ଼ ଖବର ବ୍ୟୁରୋ): ମାସ୍କର ଅପଡେଟ ଭର୍ସନ । ଯେଉଁଥିରେ ରହୁଛି ମାଇକ ଏବଂ ସ୍ପିକର । ମାସ୍କ ଅପଡେଟ ଭର୍ସନର ନିର୍ମାତା ହେଉଛନ୍ତି ଇଞ୍ଜିନିୟରିଂ ଛାତ୍ର । ଯିଏ କି ନିଜ ବାପା ମାଙ୍କ ତିଆରି କରିଛନ୍ତି ଏଭଲି ନିଆରା ମାସ୍କ । ଏହି ଘଟଣା ହେଉଛି କେରଳର । ତେବେ ମାସ୍କ ଏହି କରୋନା ମହାମାରୀକୁ ହରାଇବାର ଏକ ବିକଳ୍ପ ଅସ୍ତ୍ର । ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ସରକାର ବାରମ୍ବାର ଲୋକମାନଙ୍କୁ ମାସ୍କ ବ୍ୟବହାର ପାଇଁ ଅନୁରୋଧ କରୁଛନ୍ତି । କାହିଁକି ନା ମାସ୍କ ଏକ ମାତ୍ର ଭରଷା । ମାସ୍କ ପାଇଁ କରୋନା ଭୁତାଣୁ ସଂକ୍ରମିତ ହୋଇ ପାରିବ ନାହିଁ । ସେଥିପାଇଁ ଏବେ ମାସ୍କ ଅତ୍ୟନ୍ତ ଜରୁରୀ ବୋଲି ସରକାର ଘୋଷଣା କରିଛନ୍ତି । ମାସ୍କ ନ ପିନ୍ଧିଲେ ଦେବାକୁ ପଡୁଛି ଜରିମାନା । ହେଲେ ଏହି ମାସ୍କ ପାଇଁ ଲୋକଙ୍କ ସହ ଯୋଗଯୋଗ କରିବାର ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । ଖାସ କରି ଯେତେବେଳେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥାନ୍ତି । ଯଦି ଡବଲ ମାସ୍କ ବ୍ୟବହାର ହେଉଛି ତେବେ ଡାକ୍ତରଙ୍କ କଥା ରୋଗୀଙ୍କୁ ଶୁଣିବାରେ ଅସୁବିଧା ହେଉଛି । ଯାହାକି ଉଭୟଙ୍କ ପାଇ ସମସ୍ୟା ହୋଇଥାଏ ।

ତେବେ ଏହି ସବୁ ସମସ୍ୟାର ସମାଧାନର ରାସ୍ତା ବାହାର କରିଛନ୍ତି କେରଳର ଇଞ୍ଜିନିୟରିଂ ଛାତ୍ର । କେରଳର ଥ୍ରିସୁରର ବି-ଟେକ୍ ଛାତ୍ର କେଭିନ ଯାଦବ ମାଇକ ଏବଂ ସ୍ପିକର ସହିତ ଏକ ମାସ୍କ ଡିଜାଇନ୍ କରିଛନ୍ତି। ଏହି ଅନନ୍ୟ ମାସ୍କର ବିକାଶର ଉଦ୍ଦେଶ୍ୟ ହେଉଛି ତାଙ୍କ ପିତାମାତା ଯେଉଁମାନେ ଡାକ୍ତର ଅଟନ୍ତି । କାରଣ ରୋଗୀଙ୍କୁ ଦେଖିବା ସମୟରେ ରୋଗୀମାନଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହୋଇପଡିଥିଲା । ଏହି ମହମାରୀ ସମୟରେ ବି ଡାକ୍ତର ମାନେ ରୋଗୀଙ୍କ ପାଶ୍ୱବର୍ତ୍ତୀ ମଧ୍ୟ ହୋଇପାରିବେ ନାହିଁ । ରୋଗୀ ଯଦି କରୋନାରେ ଆକ୍ରାନ୍ତ ଥିବ ତେବେ ଡାକ୍ତର ବି ସଂକ୍ରମିତ ହୋଇପାରିବେ । ଏହାରି ଡରରେ ଡାକ୍ତରଙ୍କ ପୁଅ ତିଆରି କରିଛନ୍ତି ଏଭଳି ମାସ୍କ । ସେ ୫୦ ରୁ ଅଧିକ ଉପକରଣ ତିଆରି କରିଛନ୍ତି ଯାହା ବର୍ତ୍ତମାନ ଦକ୍ଷିଣ ଭାରତରେ ଡାକ୍ତରଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଏହି ଗ୍ୟାଜେଟ୍ ତିରିଶ ମିନିଟ୍ ଚାର୍ଜ ସହିତ ଚାରିରୁ ଛଅ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ ଜ୍ଝ ବୃହତ ବଜାରକୁ ଉତ୍ପାଦ ପ୍ରଦାନ କରିବାକୁ ଯାଦବ ବର୍ତ୍ତମାନ ନିବେଶକମାନଙ୍କୁ ଅପେକ୍ଷା କରିଛନ୍ତି ଜ୍ଝ

Leave a Reply

Your email address will not be published. Required fields are marked *